Videos
|
Odisha

Left Europe for love / ପ୍ରେମକୁ ପାଇବାକୁ ଛାଡ଼ିଦେଲେ ୟୁରୋପ: ଏବେ ପାରଳାଖେମୁଣ୍ଡିର ବୋହୂ ହେଲେ ଏନା

Ritu Das
Browse all articles by Ritu Das
·9 months ago·2 min read
ପ୍ରେମକୁ ପାଇବାକୁ ଛାଡ଼ିଦେଲେ ୟୁରୋପ: ଏବେ ପାରଳାଖେମୁଣ୍ଡିର ବୋହୂ ହେଲେ ଏନା

Key Points

ନିଜ ପ୍ରେମକୁ ସାକାର କରିବା ପାଇଁ ସ୍ଲୋଭାକିଆର ଜଣେ ଯୁବତୀ ପାରଳାଖେମୁଣ୍ଡି ଆସିଥିବା ବେଳେ ପ୍ରେମିକ ମଧ୍ୟ ତାଙ୍କୁ ଗ୍ରହଣ କରିଛନ୍ତି।
ପ୍ରେମ ହୃଦୟରୁ ହେଲେ ତାକୁ ପାଇବା ପାଇଁ ଜଣେ ସବୁ ପ୍ରକାର ବାଧାବିଘ୍ନକୁ ସାମ୍ନା କରିଥାଏ। ଏପରିକି ସାତ ଦରିଆ ପାରି ହୋଇ ଆସିବାକୁ ପଚାରେ ନାହିଁ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ। ନିଜ ପ୍ରେମକୁ ସାକାର କରିବା ପାଇଁ ସ୍ଲୋଭାକିଆର ଜଣେ ଯୁବତୀ ପାରଳାଖେମୁଣ୍ଡି ଆସିଥିବା ବେଳେ ପ୍ରେମିକ ମଧ୍ୟ ତାକୁ ଗ୍ରହଣ କରିଛନ୍ତି। ଆଜି ଉଭୟଙ୍କ ମଧ୍ୟରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି।

ଏହାସହ ପଢ଼ନ୍ତୁ: ବିବାହ ବେଦୀରେ ବରକୁ ଦେଖି କନ୍ୟା ଭାଙ୍ଗିଦେଲା ବାହାଘର, କହିଲେ ଆମକୁ କାହିଁକି ମିଛ କହିଥିଲ...

ପ୍ରେମ ଅନ୍ଧ । ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାମ ଲିଙ୍ଗେଶ୍ବର ମନ୍ଦିରରେ ଆଜି ଅନୁଷ୍ଠିତ ବିବାହ ଏହାକୁ ପୁଣି ଥରେ ପ୍ରମାଣିତ କରିଛି। ନିଜ ପ୍ରେମକୁ ପାଇବା ପାଇଁ ୟୁରୋପୀୟ ଦେଶ ସ୍ଲୋଭାକିଆରୁ ଜଣେ ଯୁବତୀ ଏନା ସାତ ଦରିଆ ପାରି ହୋଇ ଆସି ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି। ପାରଳାଖେମୁଣ୍ଡିର ରାଜୀବ ମିଶାଲ ମଧ୍ୟ ତାଙ୍କୁ ଗ୍ରହଣ କରିଥିବା ବେଳେ ଆଜି ତାଙ୍କ ବିବାହ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ଉଭୟେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି। ଏହାକୁ ନେଇ ଉଭୟ ଏନା ଓ ରାଜୀବ ଖୁବ୍ ଖୁସି ଥିବା କହିଛନ୍ତି। ରାଜୀବ ସିଙ୍ଗାପୁରରେ କାମ କରୁଥିବା ବେଳେ ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ପରେ ଏ ସଂପର୍କରେ ଉଭୟେ ନିଜ ନିଜ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଆଜି ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି।

ଏହାସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା ହୋଇ ତାଣ୍ଡବ ରଚିବ "ସେନ୍ୟାର"

ଏନା ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ରାଜୀବଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିବା ସହ ଏନାଙ୍କ ନାମକୁ ମଧ୍ୟ ଭାରତୀୟ ନାଁ ଅନନ୍ୟା ବୋଲି ଦେଇଛନ୍ତି। ଏହି ନାମରେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି ବିବାହ ଉତ୍ସବରେ ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଯୋଗଦେଇଥିବା ବେଳେ ଖୁବ୍ ଆଡ଼ମ୍ବର ସହକାରେ ଏହା ଅନୁଷ୍ଠିତ ହୋଇଛି। ଭାରତୀୟ ସଂସ୍କୃତି ପ୍ରତି ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶର ଲୋକେ ଆକୃଷ୍ଟ ହେଉଛନ୍ତି। ଯାହା ଏକ ଖୁସିର କଥା ବୋଲି କହିଛନ୍ତି ବୁଦ୍ଧିଜୀବୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରେମକୁ ସଫଳ କରିବା ପାଇଁ ସ୍ଲୋଭାକିଆରୁ ପାରଳାଖେମୁଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିବା ଏନାଙ୍କ ସମର୍ପିତ ପ୍ରେମକୁ ଦର୍ଶାଉଛି।
Ena Leaves Europe for Love, Becomes Bride of Paralakhemundi | Argus News