Weather Update / ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ସେପ୍ଟେମ୍ବର ୨୨ ରୁ ୨୮ ପ୍ରବଳ ଛେଚିବ

Key Points
ଏଥର ମାଡ ଖାଇଯିବ ଦଶହରା
ବୁଲା ବୁଲି ଦଶହରା ସପିଂ ସବୁ ଫିକା ପଡିଯିବ
ଆଉ ପେଣ୍ଡାଲ ବୁଲି ହେବନି
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବା ସମ୍ଭାବନା ରହିଛି ।
ପ୍ରେସ୍ ବିଜ୍ଞପ୍ତି - ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଏବଂ ସେପ୍ଟେମ୍ବର ୨୨ ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା । pic.twitter.com/4MSL7lnWfW
— Meteorological Centre, Bhubaneswar (@mcbbsr) September 22, 2025
ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି, ସେପ୍ଟେମ୍ବର ୨୬ ତାରିଖ ଆଡକୁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ଏହା ସେପ୍ଟେମ୍ବର ୨୭ ତାରିଖ ପାଖାପାଖ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
📱 Get Argus News App
✨ଆହୁରି ପଢନ୍ତୁ ଦୁର୍ଗାପୂଜାରେ ଭିଜିବ ସାରା ଓଡିଶା: ଆସୁଛି ଯୋଡ଼ା ଲଘୁଚାପ
ପଛକୁ ପଛ ଯୋଡା ଲଘୁଚାପ ଯୋଗୁଁ ଫିକା ପଡିଯିବ ଦଶହରା । ଦଶହରା ସପିଂ, ବୁଲାବୁଲି ସବୁ ବର୍ଷାରେ ଧୋଇ ହୋଇଯିବ । ଏନେଇ ଛାନିଆ ଲୋକେ ।
— Meteorological Centre, Bhubaneswar (@mcbbsr) September 22, 2025
Related Topics
Explore more stories