|
logo
Live

Argus News - ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା

Odisha

ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା

Smruti Parija
Browse all articles by Smruti Parija
·2 years ago·2 min read
ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା

ଅର୍ଗସ ବ୍ୟୁରୋ: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । 18 କିମି ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବିଶାଖାପାଟଣାରୁ 380, ପାରାଦୀପ ଠାରୁ 380 କିମି ଦୂରରେ ଅବସ୍ଥିତ । ଉତ୍ତର -ଉତ୍ତରପୂର୍ବ ଦିଗକୁ ଗତିକରି ଏହା ଆହୁରି ଅଧିକ ଘନୀଭୂତ ହେବ । 18 ତାରିଖ ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ । 18 ତାରିଖ ସକାଳେ ପବନର ବେଗ ସର୍ବାଧିକ 75 କିମି ରହିବ । 

ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଗଲାଣି । ଟ୍ୱିନ ସିଟିରେ ସକାଳୁ ପାଗ ମେଘୁଆ ରହିଛି । ଭୁବନେଶ୍ୱରରେ ଝିପ ଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ କଟକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, ଜୟପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Meteorological Centre, Bhubaneswar (@mcbbsr) November 15, 2023

 

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୪୦ ରୁ ୫୦ କିମି ବେଗରେ ପବନ ବହିବ । ତେଣୁ ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଓ ତାର ଆଖପାଖକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମସ୍ତ ୪ ଟି ବନ୍ଦରରେ 1 ନମ୍ବର ବିପଦ ସଂକେତ ଜାରି ହୋଇଛି ।

ଆଜିଠାରୁ ବର୍ଷା , ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
 

Sponsored
ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା | Argus News