Cyclone Alert / ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ,ନେବ କି ବାତ୍ୟାର ରୂପ, ମେ ମାସ ଆସିଲେ ବଢ଼େ ବାତ୍ୟା ଭୟ
·4 months ago·2 min read

Key Points
ଆସୁଛି ଲଘୁଚାପ !
ଆଗକୁ କେମିତି ରହିବ ସ୍ଥିତି। ସମ୍ଭାବ୍ୟ ଲଘୁଚାପ ନେବ କି ବାତ୍ୟାର ରୂପ
ମେ ମାସ ଆସିଲେ ବାତ୍ୟା ଭୟ ବଢ଼େ
ଆଉ ସେ ଭୟ ଏବେ ପୁଣି ଥରେ ସଞ୍ଚାର ହୋଇଛି ।

୦୫/୦୫, ଭୁବନେଶ୍ବର: ଆସୁଛି ଲଘୁଚାପ! ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ସାରା ରାଜ୍ୟରେ ଆଜି ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଗକୁ କେମିତି ରହିବ ସ୍ଥିତି। ସମ୍ଭାବ୍ୟ ଲଘୁଚାପ ନେବ କି ବାତ୍ୟାର ରୂପ? ମେ ମାସ ଆସିଲେ ବାତ୍ୟା ଭୟ ବଢ଼େ। ଆଉ ସେ ଭୟ ଏବେ ପୁଣି ଥରେ ସଞ୍ଚାର ହୋଇଛି ।
ମେ ଦ୍ଵିତୀୟ ସପ୍ତାହରେ ବାତ୍ୟା ଆଶଙ୍କା । ଆସନ୍ତା ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ତେବେ ଏହାର ଦିଗ କେଉଁଠିକୁ ଯିବ ତାହା ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ବାତ୍ୟାକୁ ନେଇ ବଢିଛି ଆଶଙ୍କା । କେରଳ ଉପକୂଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଆସନ୍ତା ୮ ରୁ ୯ ମଧ୍ୟରେ କେରଳ ଉପକୂଳରେ ଘୁର୍ଣ୍ଣିବଳୟ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଏହି ଘୁର୍ଣ୍ଣିବଳୟ ବାତ୍ୟା ରୂପ ନେବ କିନ୍ତୁ ଏହା ଦିଗ କେଉଁ ଆଡ଼ରେ ହେବ ତାହା ଏବେ ସ୍ପଷ୍ଟ ନାହିଁ। ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ଦିଗ ସ୍ପଷ୍ଟହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ପଢନ୍ତୁ ଏହି ଖବର: ରାଜ୍ୟରେ ରାତି ସାରା ପ୍ରବଳ କାଚିଲା; ଉପୁଡ଼ିଲା ଗଛ, ଯାତାୟାତ ଠପ୍
ଅନେକ ବିଦେଶୀ ମଡେଲରେ ମଧ୍ୟ ବାତ୍ୟାକୁ ନେଇ ଆକଳନ କରାଯାଉଥିବାରୁ ତାହା ବଙ୍ଗୋପସାଗର ବା ଆରବସାଗରକୁ ମୁହାଁଇବ ସ୍ପଷ୍ଟ ହୋଇ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। କିନ୍ତୁ ବିଭିନ୍ନ ବିଦେଶୀ ମଡେଲ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଇଛନ୍ତି । ତେଣୁ ଆଉ କିଛିଦିନ ମଧ୍ୟ ରେ ଏହା ସ୍ପଷ୍ଟ ହେବ । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେ ୧୦ ତାରିଖ ଏହି ପ୍ରଭାବ ରହୁଥିବା ବେଳେ ୮ ରୁ ୧୦ ମଧ୍ୟ ରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ଏହା ଛଡ଼ା ୪ରୁ ୬ ତାରିଖ ମଧ୍ୟରେ ପଶ୍ଚିମ ଓଡିଶା ,ଉପକୂଳ ଓଡ଼ିଶା ଓ ଉତ୍ତର ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ରହିଥିବାରୁ ଆଇଏମଡି ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପବନର ବେଗ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାକୁ ନେଇ ପୂର୍ବାନୁମାନ କରାଯାଇଛି ।
ଏବେସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ନାହିଁ । ଘୂର୍ଣ୍ଣିବଳୟ ହେବାକୁ ଆହୁରି ତିନିରୁ ଚାରି ଦିନ ବାକି ରହିଛି । ତେଣୁ ବାତ୍ୟା ଏବଂ ଲ୍ୟାଣ୍ଡଫଲର ସ୍ପଷ୍ଟ ଚିତ୍ର ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ।

Related Topics
Explore more stories