Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତର ନେବ ରୂପ 

Smruti Parija
Browse all articles by Smruti Parija
·1 year ago·1 min read
ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତର ନେବ ରୂପ 

ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସଦୃଶ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଏଥିସହ ଅଧିକ ଘନୀଭୂତ ହୋଇ ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ । ତେବେ ଓଡ଼ିଶା ଉପରେ ସିଧାସଳଖ କୌଣସି ପ୍ରଭାବ ପଡିବନି । 

ଆଗମୀ ତିନି ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡିଶାରେ ପାଗ ଶୁଖିଲା ରହିବ କିନ୍ତୁ ଉପକୂଳ ଓଡିଶାରେ ଗୋଟେ ଦୁଇଟି ଜାଗାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଭଦ୍ରକ ,କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂପୁରରେ କା ଭାଁ ସ୍ଥାନରେ ବର୍ଷା ହେଇପାରେ । 

୨୯ ଗଞ୍ଜାମ ଗଜପତି ଓ ୩୦ ତାରିଖରେ ଗଞ୍ଜାମ ଗଜପତି ଓ ରାୟଗଡା ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ କୋରାପୁଟ,କଳାହାଣ୍ଡି,କନ୍ଧମାଳରେ ଗୋଟେ କିମ୍ଵା ଦୁଇଟି ସ୍ଥାନରେ କୁହୁଡି ଦେଖା ଦେବ। ଏଥିସହ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରେକର୍ଡ କରାଯାଇଛି । ସେହି ଭଳି ଦାରିଙ୍ଗବାଡି ଓ ଭବାନୀପାଟଣାରେ ୧୧ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ୪-୫ ଟି ସ୍ଥାନରେ କୁହୁଡ଼ି ଦେଖାଦେଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
low-pressure-became-Severe thunderstorm likely in next 24 hours | Argus News