ତାତିରୁ ମିଳିବ ତ୍ରାହି !

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ 5.8 କିମି ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 48ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
୭ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡାର କାଁଭାଁ ସ୍ଥାନରେ ହାଲକା ଵର୍ଷା ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପରେ ୮ ଓ ୯ ରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ଝଡ ପବନ ସହ ବର୍ଷା ସମ୍ଭାବନା ରହିଛି । ୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ସେହିପରି ୯ ତାରିଖରେ ମାଲକାନଗିରି,କୋରାପୁଟ ରାୟଗଡା ଗଂଜାମ ଗଜପତି ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
📱 Get Argus News App
✨ଅନ୍ୟପଟେ ଆଗାମୀ 24 ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ସେପଟେ ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । କେନ୍ଦ୍ରୀୟ ଏବଂ ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଭୀଷଣ ଗ୍ରୀଷ୍ମପ୍ରବାହ ହେବ । ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ସର୍ବାଧିକ ତାପମାତ୍ରା ରହିବ । ପଶ୍ଚିମ ଏବଂ ପୂର୍ବ ଭାରତର କିଛି ଅଞ୍ଚଳ ବ୍ୟତୀତ ଯେଉଁଠାରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି। ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିବ। “ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ, ଉତ୍ତର ଏବଂ ପୂର୍ବ ଭାରତ, ମଧ୍ୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ସାଧାରଣ ଅପେକ୍ଷା ଚାରି ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ହେବ " ।