ଗରମରୁ ମିଳିବ ଆଶ୍ଵସ୍ତି, ଏକାସହ ଆସୁଛି ୨ଟି ଲଘୁଚାପ

Key Points
ପ୍ରଚଣ୍ଡ ରୁଦ୍ରତାପରୁ ସାମୟିକ ଆଶ୍ବସ୍ତି
ଟ୍ବିନସିଟିରେ କାଳବୈଶାଖୀ ପ୍ରଭାବ
କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା
ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା । ୨୧ ମେ ବେଳକୁ ଆରବ ସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ମେ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତରକୁ ଗତି କରିପାରେ ।
ସେପଟେ ୨୭ ମେ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ସେପଟେ ପ୍ରଚଣ୍ଡ ରୁଦ୍ରତାପରୁ ସାମୟିକ ଆଶ୍ବସ୍ତି ମିଳିଛି । କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା । ଆସନ୍ତା ୫ ରୁ ୭ ଦିନ ଯାଏ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ । ଆଗାମୀ ୨୪ ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, କୋରାପୁଟ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି।