Videos
|
Odisha

ଲଘୁଚାପ ଜନିତ ବର୍ଷା, କମିଛି ବୈତରଣୀର ଜଳସ୍ତର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲଘୁଚାପ ଜନିତ ବର୍ଷା, କମିଛି ବୈତରଣୀର ଜଳସ୍ତର

Key Points

କମିଛି ବୈତରଣୀର ଜଳସ୍ତର

ଗତକାଲି ରାତି ୧୨ରୁ ଏହା କମିବାକୁ ଲାଗିଛି

କମିଛି ବୈତରଣୀର ଜଳସ୍ତର। ଟଳିଛି ବଡ଼ ବିପଦ। ଲଘୁଚାପ ଜନିତ ବର୍ଷା ପ୍ରଭାବ ରୁ ଗତକାଲି ଦିନ ତମାମ ବୈତରଣୀ ନଦୀର ଜଳସ୍ତର ବଢିବାକୁ ଲାଗିଥିବା ବେଳେ ଗତକାଲି ରାତି ୧୨ରୁ ଏହା କମିବାକୁ ଲାଗିଛି । ଗତକାଲି ବିପଦ ସଂକେତ ଉପରେ ବହୁଥିବା ବୈତରଣୀ ନଦୀ ଏବେ ସତର୍କ ସୂଚନା ତଳକୁ ଖସିଛି । ଆନନ୍ଦପୁରଠାରେ ନଦୀର ସତର୍କ ସୂଚନା ୩୭.୪୮୦ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୭.୦୪ ଅଛି । 


ତେବେ ଆସନ୍ନ ବନ୍ୟା ପରିସ୍ଥିତି ର ବିପଦ ଟଳି ଥିବା ବେଳେ ତଳି ଅଞ୍ଚଳର ଚାଷ ଜମି ବନ୍ୟା ପାଣିରେ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଲଗାଣ ବର୍ଷା ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଯାହା ଫଳରେ ବୈତରଣୀରେ ଜଳସ୍ତର ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଏଥିରେ ଜଳସ୍ତର କମିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


low-pressure-rain-water-level-of-baitarani-has-decreased | Argus News