Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୃଷ୍ଟିହେଲା ଲଘୁଚାପ ବୁଧବାର ବାତ୍ୟା!

Sangram Tripathy
Browse all articles by Sangram Tripathy
·1 year ago·2 min read
ସୃଷ୍ଟିହେଲା ଲଘୁଚାପ ବୁଧବାର ବାତ୍ୟା!

ଅର୍ଗସ ବ୍ୟୁରୋ:ଓଡ଼ିଶାକୁ ବାତ୍ୟା ଦେଉଛି ଟେନସନ୍ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର।  ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ  ଅତିକ୍ରମ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ସର୍ବାଧିକ ୧୦୦ରୁ ୧୨୦ କିମି ରହିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୨୩ରୁ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବାବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ପଡିପାରେ,ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ କରାଇଯାଇଛି। ଅକ୍ଟୋବରରେ ଓଡ଼ିଶାକୁ ଘାରିଛି ବାତ୍ୟା ଭୟ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ରହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ସତର୍କ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି ।୨୨ରୁ ସମୁଦ୍ର ଅଶାନ୍ତ ରହିବ ସେ ଦୃଷ୍ଟିରୁ  ୨୧ ତାରିଖ ସୁଦ୍ଧା ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଚେତାବନୀ ପରେ ପାରାଦୀପ,ଗୋପଳପୁର,ବାଲେଶ୍ବର ଉପକୂଳକୁ ଫେରୁଛନ୍ତି ମତ୍ସଜୀବୀ। ଅନ୍ୟପଟେ ଆଲର୍ଟ ମୋଡରେ ଓଡ୍ରାଫ୍ ଓ NDRF,ସବୁ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟାରେ କହିଛନ୍ତି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ସାମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି କେହି ବି ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ ନକରିବାକୁ ତାଗିଦ୍ କରିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ । କହିଛନ୍ତି ସମସ୍ତେ ସତର୍କ ହୁଅନ୍ତୁ ।  ସରକାର କଳାବଜାରୀ ବରଦାସ୍ତ କରିବେ ନାହିଁ । ବିଭାଗୀୟ ଅଧିକାରୀ ମାନେ ଷ୍ଟକ୍ ପଏଣ୍ଟ ଚେକ୍ କରିବା ସହ ଏନଫୋର୍ସମେଣ୍ଟ ଟିମ୍ ଏହାର ତଦାରଖ କରିବେ। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ୨୪ ଓ ୨୫ ତାରିଖଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ  ରହିଛି। ବାତ୍ୟାକୁ ନେଇ ସଭିଏଁ ସଚେତନ ରହିବା ଆବଶ୍ୟକ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low pressure Wednesday storm! | Argus News