Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଏ କେମିତିକା ରାସ୍ତା ? ଛୁଇଁଲେ ଢଳେଇ ଉଠିଯାଉଛି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଇଏ କେମିତିକା ରାସ୍ତା ? ଛୁଇଁଲେ ଢଳେଇ ଉଠିଯାଉଛି

Key Points

ବାଲେଶ୍ଵର ଭୋଗରାଇ ମହାଗବଠାରୁ ସିଆଁରୁଇଁ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ମରାମତି ଓ ରିପ୍ୟାରିଂ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୭ କୋଟି ଟଙ୍କା ମଂଜୁର କରିଥିଲା

ଅର୍ଗସ ବ୍ୟୁରୋ : ହାତ ମାରିଲେ ଗୋଡି ଉଠିଯାଉଛି, ଠାଏଁ ଠାଏଁ ପାଣି ଜମିଛି । ପୁଣି କେଉଁଠି ରଡ୍‌ ଦେଖାଗଲାଣି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି ବୁଝିପାରିବେ ନିଶ୍ଚୟ , କେତେ ଉଚ୍ଚମାନର କାମ ହୋଇଛି ? ଏମିତିକି ଢଳେଇ ଏତେ ମୋଟାରେ ପଡିଥିବା ପରେ ବି ଆପେ ଆପେ ଖଣ୍ଡ ଖଣ୍ଡ ହୋଇ ବାହାରି ପଡୁଛି । ହେଲେ ଠିକାଦାର କିନ୍ତୁ ବାଏଁ ବାଏଁ ଏ କଥାକୁ ଏଡାଇ ଦେଇଛନ୍ତି ।

ବାଲେଶ୍ଵର ଭୋଗରାଇ ମହାଗବଠାରୁ ସିଆଁରୁଇଁ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ମରାମତି ଓ ରିପ୍ୟାରିଂ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୭ କୋଟି ଟଙ୍କା ମଂଜୁର କରିଥିଲା । ଟଙ୍କା ମଂଜୁର ହେବା ପରେ କାମ ବି ହୋଇଥିଲା । ହେଲେ କାମରେ ଠିକାଦାର ବାବୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଆଉ କେତେ ନିଜ ପକେଟ୍‌ରେ ପୂରାଇଛନ୍ତି ତାହା ଏବେ ଜଳଜଳ ହୋଇ ଦିଶୁଛି ।
 

ରାସ୍ତା କାମକୁ ଠିକାଦାର ଅମରେଶ ବେହେରା  ୨୨/୧୨/ ୨୦୨୨ ରୁ କାମ ଆରମ୍ଭ କରି ୨୦/୧୧/୨୦୨୩ ରେ କାର୍ଯ୍ୟ ଶେଷ ହେବାର ଅବଧି ଥିଲା । ହେଲେ ଅବଧିର ୪ ମାସ ବିତିଯାଇଥିଲେ ବି କାମ ସରିଲାନି, ହେଲେ ଯେଉଁ କାମ ହୋଇଛି ତାହା କେତେ ନିମ୍ନମାନର ତାହା ଏବେ କିନ୍ତୁ ଜଳଜଳ ହୋଇ ଦିଶୁଛି । ଏବେ ପ୍ରଶ୍ନ, ଏତେ ନିମ୍ନମାନର କାମ ହେଲା ପ୍ରଶାସନ କେମିତି ଜାଣିପାରିଲା ନାହିଁ ? କୋଟି କୋଟି ଟଙ୍କା ପାଣିରେ ପଡିଲା, ରାଜସ୍ଵ ନଷ୍ଟ ହେଲା । କାର୍ଯ୍ୟାନୁଷ୍ଠାନ ନିଆଯିବ ତ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା କାମରେ ଠିକାଦାର ଆଡିଆ ବାଲିରେ କାମ କରିବା ସହିତ ସରକାରୀ ଗାଇଡ ଲାଇନରେ ଥିବା ଚିପ୍ସ,ମେଟାଲ, ସିମେଣ୍ଟକୁ ବ୍ୟବହାର ନକରି କାଦୁଅ ମିଶା  ଚିପ୍ସରେ ଖାମଖିଆଲି ଭାବରେ ରାସ୍ତା କାର୍ଯ୍ୟ ହେଉଛି । ଯାହାକୁ ନେଇ ଜୋରଦାର ବିରୋଧ କରାଯାଇଛି । ଖାଲି ବିରୋଧ କରାଯାଇଛି ତାହା ନୁହେଁ ବରଂ ଠକ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବି ହେଉଛି ।

(ଭୋଗରାଇରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ)

  
 

Sponsored
Road Construction | Argus News