Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

16 ନମ୍ବର ଏନଏଚ ନିକଟରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର

Ritu Das
Browse all articles by Ritu Das
·2 years ago·1 min read
16 ନମ୍ବର ଏନଏଚ ନିକଟରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ନିକଟରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର। ଖଲ୍ଲିକୋଟ ଥାନା ଠାରୁ ମାତ୍ର ପ୍ରାୟତଃ 400 ମିଟର ଦୂରରେ ଘଟିଛି ଦୁର୍ଘଟଣା। ଅନ୍ୟ କୌଣସି ବିପଦକୁ ଏଡାଇବା ପାଇଁ ପୋଲିସ ସମସ୍ତ ଦିଗର ରାସ୍ତାକୁ ଅବରୋଧ କରିଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ,କ୍ରେନ ଓ କମ୍ପାନୀ କର୍ମଚାରୀ ମାନେ ପହଞ୍ଚି ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ଗ୍ୟାସ ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ଯାଉଥିବା ଗାଡି ଚାଳକ କହିଛନ୍ତି। 

ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ଡ୍ରାଇଭର ଜଣକ ହେଲେ ମନୋଜ କୁମାର ଯାଦବ। ଟ୍ୟାଙ୍କରଟି 16 ନମ୍ବର ଜାତୀୟ ରାଜପଥରେ ଥିବା ହରିଡାମୂଳ ଘାଟିରୁ 30 ନମ୍ବର ରାଜ୍ୟ ରାଜପଥକୁ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦୁର୍ଘଟଣାସ୍ଥଳର ନିକଟରେ ରହିଥିବା ବସ୍ତି ବାସିନ୍ଦା ଭୟଭୀତ ଥିବା ସହ ସକାଳରୁ ବର୍ତ୍ତମାନ ସୁଦ୍ଧା ଖାଦ୍ୟ ରୋଷେଇ ବନ୍ଦ ଥିବା ବେଳେ କୌଣସି ଭୟଭୀତ ନହେବା ପାଇଁ ତହସିଲଦାର ଶ୍ରୀ କୁମାର ରଥ କହିଛନ୍ତି। ଖୋର୍ଦ୍ଧା ଜଟଣୀରୁ ଆସି ଗ୍ୟାସ କମ୍ପାନୀ କର୍ମଚାରୀ ମାନେ ପହଞ୍ଚିବା ପରେ ତହସିଲଦାର ସେମାନଙ୍କ ସହ ଆଲୋଚନା କରିଥିଲେ। ଅତି ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG gas tank | Argus News