Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

LPG Cylinde / ବିତରକଙ୍କଠୁ କେମିତି ଆଣିବେ 5KGର ଗ୍ୟାସ୍ ସିଲିଣ୍ଡର ? ବର୍ଷକୁ କେତେଥର ଭରି ହେବ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·3 months ago·3 min read
ବିତରକଙ୍କଠୁ କେମିତି ଆଣିବେ 5KGର ଗ୍ୟାସ୍ ସିଲିଣ୍ଡର ? ବର୍ଷକୁ କେତେଥର ଭରି ହେବ ଜାଣନ୍ତୁ...
LPG Cylinde

Key Points

ବିତରକଙ୍କଠୁ କେମିତି ଆଣିବେ 5KGର ଗ୍ୟାସ୍ ସିଲିଣ୍ଡର?
ନୂଆ ସଂଯୋଗ ପାଇଁ କେତେ ଓ ରି-ଫିଲ ପାଇଁ କେତେ ଟଙ୍କା?
ବଜାରରୁ କିଣି ଆଣିଥିବା ନାଲି ରଙ୍ଗର ସିଲିଣ୍ଡର ଭରି ହେବ କି?
ପାଖରେ ଥିବା କୁକଟପ୍ ବିତରକଙ୍କ ସିଲିଣ୍ଡରରେ ଲାଗିବ କି?
ଗ୍ୟାସ୍ ଚୁଲା, ରେଗୁଲେଟର୍ ଓ ପାଇପ୍ ପାଇଁ କେତେ ଟଙ୍କା ଲାଗିବ?
ବର୍ଷକୁ କେତେଥର ଭରି ହେବ 5KGର ଗ୍ୟାସ୍ ସିଲିଣ୍ଡର?

ଖୋଲା ବଜାରରେ ୫KGର ଗ୍ୟାସ ଭର୍ତ୍ତି ଉପରେ କଟକଣା ଲାଗିବା ପରେ, ଏଜେନ୍ସିରୁ ଛୋଟ ସିଲିଣ୍ଡର ଆଣିବା ପାଇଁ ଆଗ୍ରହ ବଢ଼ିଲାଣି । ତେବେ ଏହା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଓ ଶ୍ରମଜୀବୀଙ୍କ ମନରେ ଅନେକ ପ୍ରଶ୍ନ। କେତେ ଟଙ୍କାରେ ମିଳିବ, ରି-ଫିଲ ପାଇଁ କେତେ ଟଙ୍କା ଲାଗିବ, ବର୍ଷକୁ କେତେଥର ଆଣିହେବ, ଇତ୍ୟାଦି ପ୍ରଶ୍ନର ଉତ୍ତର ଆମେ ବାଲେଶ୍ବରରେ ଖୋଜିଥିଲୁ । ଅନ୍ୟପକ୍ଷରେ ଆଜି ବାରିପଦାରେ ‘ଫ୍ରି ଟ୍ରେଡ୍ ଏଲପିଜି ସ୍କିମ୍’ ମାଧ୍ୟମରେ ଯୋଗାଇ ୫KGର ଗ୍ୟାସ ସିଲିଣ୍ଡର ଦିଆଯାଇଛି ।

ଆପଣଙ୍କ ମନରେ ଉଠୁଥିବା ଏ ସଵୁ ପ୍ରଶ୍ନର ଉତ୍ତର ଖୋଜିଥିଲୁ ଆମେ । ବାଲେଶ୍ବର ସହରର କଲେଜ ଛାତ୍ରୀ ଦେବସ୍ମିତା ପାତ୍ର, ପୂର୍ବରୁ ବଜାରରୁ କିଣି ଆଣିଥିବା ନାଲି ରଙ୍ଗର ଏହି ଛୋଟିଆ ସିଲିଣ୍ଡରରେ ନିୟମିତ ରୋଷେଇ କରୁଥିଲେ । ହେଲେ ସରକାରୀ କଟକଣା ପରେ ଆଉ ଖୋଲା ବଜାରରେ ଛୋଟ ସିଲିଣ୍ଡର ଭର୍ତ୍ତି କରିବା ସମ୍ଭବ ହେଉନାହିଁ । (GAS AGENCY)... ତେଣୁ ଏବେ ଗ୍ୟାସ୍ ଏଜେନ୍ସି ଠାରୁ ସେହି ୫ କେଜିର ସିଲିଣ୍ଡରଟିଏ କିଣିବାକୁ ପହଞ୍ଚିଥିଲେ । ଜଣେ ଛାତ୍ରୀ ହୋଇଥିବାରୁ କେମିତି ନୂଆ ସଂଯୋଗଟିଏ ପାଇବେ ସେନେଇ ପଚାରି ବୁଝିଥିଲେ । ତାଙ୍କୁ ବିତରକ କହିଥିଲେ-

୫KG ଗ୍ୟାସ୍ ସିଲିଣ୍ଡର ପାଇବେ କେମିତି?
ବୈଧ ଆଇ-କାର୍ଡ ଦେଖାଇ ୧,୫୩୩ ଟଙ୍କା ଦେଲେ ମିଳିବ 5KGର ସିଲିଣ୍ଡର
ଥରେ ଟାଙ୍କି ନେବା ପରେ ରି-ଫିଲ ପାଇଁ ଆଉ ପରିଚୟ ପତ୍ର ଦରକାର ନାହିଁ
୫୫୯ ଟଙ୍କା ଦେଇ 5KGର ସିଲିଣ୍ଡର ଭରି ପାରିବେ ଟାଙ୍କି ନେଇଥିବା ଗ୍ରାହକ
ବଜାରରୁ କିଣିଥିବା ନାଲି ରଙ୍ଗର ବେନାମୀ ସିଲିଣ୍ଡର ଗ୍ୟାସ୍ ଏଜେନ୍ସିରେ ଭରି ହେବନି
ଗ୍ୟାସ୍ ଚୁଲା, ରେଗୁଲେଟର କିମ୍ବା ପାଇପ୍ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ
ବାହାରୁ କିଣିଥିବା ରେଗୁଲେଟର ଏଜେନ୍ସିରୁ କିଣିଥିବା 5KG ସିଲିଣ୍ଡରରେ ଲାଗି ନପାରେ
ଗ୍ୟାସ୍ ଚୁଲା ଉପରେ ଲାଗୁଥିବା କୁକଟପ୍ ନେବାକୁ ଚାହିଁଲେ ଅତିରିକ୍ତ ଦେୟ ଲାଗିବ
5KGର କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହ କୁକଟପ୍ ମିଶାଇ ପ୍ରାୟ ୨,୦୯୦ ଟଙ୍କା


ଏପଟେ ଭାରତ ସରକାରଙ୍କ ‘ଫ୍ରି ଟ୍ରେଡ୍ ଏଲପିଜି ସ୍କିମ୍’ ମାଧ୍ୟମରେ ଯୋଗାଇ ଦିଆଯାଉଛି 5KGର ଗ୍ୟାସ ସିଲିଣ୍ଡର । ଆଜି ପ୍ରଥମ କରି HP ଗ୍ୟାସ କମ୍ପାନୀ ବାରିପଦା ସହରର ୧୯ନମ୍ବର ଓ୍ବାର୍ଡରେ ରାସ୍ତା କଡ଼ରେ 5KGର ସିଲିଣ୍ଡର ବିକ୍ରି କରିଛି । କେବଳ ପରିଚୟ ପତ୍ର ଦେଖାଇ ଲୋକେ ଏହାକୁ ନେଉଥିବା ଦେଖାଯାଇଛି । ପ୍ରବାସୀ ଶ୍ରମିକ, ଓ ଛାତ୍ରଛାତ୍ରୀ କିମ୍ବା ଲୋକ ଥିବା ପରିବାରକୁ ଗ୍ୟାସ ପାଇବାରେ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଲୋକେ ୧,୫୨୩ଟଙ୍କା ଦେଇ ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇଛନ୍ତି ।

ଏପଟେ ଗ୍ୟାସ କଳାବଜାରୀ କରି ବଜାରରେ କୃତ୍ରିମ ସଂକଟ ସୃଷ୍ଟି କରାଯାଉଥିବାରୁ ଚଢ଼ାଉକୁ ଜୋରଦାର କରିଛି ଯୋଗାଣ ବିଭାଗ । ଝାରସୁଗୁଡା ସହରାଞ୍ଚଳର ବେହେରାମାଲ ଏବଂ ସୁନାରୀମୁଣ୍ଡାରେ ଚଢ଼ାଉ କରି 16ରୁ ଅଧିକ ବେଆଇନ୍ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି ।

ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଏକ ଆଜବେଷ୍ଟସ ଘରେ ଚାଲିଥିବା ବେଆଇନ ଗ୍ୟାସ କାରବାରକୁ ମଧ୍ୟ ଠାବ କରାଯାଇ ୧୦୦ରୁ ଅଧିକ ସିଲିଣ୍ଡର ଯବତ କରି ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କୁ ଦିଆଯାଇଛି । ରାଉରକେଲା ସହରରେ 167ଟି ଘରାଇ ଓ commercial LPG ଗ୍ୟାସ ଜବତ ହୋଇଛି ।
ଆଜି ମୋହନା ହାଇସ୍କୁଲ ଛକରେ ଥିବା ସରୋଜିନୀ ଗ୍ୟାସ ଏଜେନ୍ସୀର ଏକ ଗାଡ଼ିରେ ବେଆଇନ୍ ଭାବେ ଗ୍ୟାସ ବିକ୍ରି ହେଉଥିବା ଖବର ପାଇ ଉପଜିଲ୍ଲାପାଳ ଚଢ଼ାଉ କରିଥିଲେ । ଗାଡ଼ି ସହ ୪୮ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Cylinde | How to Get 5KG LPG Cylinder? Know Refill Rules & Benefits | Argus News