Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱର ଉପକୂଳବର୍ତ୍ତୀ ଅଂଚଳରେ ନିର୍ମାଣ ହେବାକୁ ଯାଉଛି ଲୁଣା ବନ୍ଧ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଲେଶ୍ୱର ଉପକୂଳବର୍ତ୍ତୀ ଅଂଚଳରେ ନିର୍ମାଣ ହେବାକୁ ଯାଉଛି ଲୁଣା ବନ୍ଧ

Key Points

ବିଜେପି ସରକାରର ବିକାଶର ନକ୍ସାରେ ଯୋଡିହେଲେ ବାଲେଶ୍ବର ବାସୀ
ବାଲେଶ୍ବର ଉପକୂଳବର୍ତ୍ତୀ ଅଂଚଳରେ ନିର୍ମାଣ ହେବାକୁ ଯାଉଛି ଲୁଣା ବନ୍ଧ
ଶିଳାନ୍ୟାସ ପରେ ଚାଷୀଙ୍କ ମୁହଁରେ ଫୁଟିଲା ହସ
2022 ୟାସ୍ ବାତ୍ୟାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି
ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ ବେଳେ ଲୁଣା ବନ୍ଧ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦୀର୍ଘବର୍ଷ ଧରି ଯାହା ହେଉନଥିଲା 10 ମାସର ବିଜେପି ସରକାରରେ ତାହା ସମ୍ଭବ ହେବାକୁ ଯାଉଛି । ବାଲେଶ୍ବର ଉପକୂଳବର୍ତ୍ତୀ ଅଞ୍ଚଳରେ ତିଆରି ହେବ ଲୁଣା ବନ୍ଧ । ଯାହା ଚାଷୀମାନଙ୍କର ଦୀର୍ଘ ଦିନର ଦାବି ଥିଲା। ବନ୍ୟା ବାତ୍ୟା ସମୟରେ ବାଲେଶ୍ବର ସଦର ନିର୍ବାଚନୀ ମଣ୍ଡଳିର ବୁଦ୍ଧିଆମାରୀ, ସାର୍ଥା ଅଞ୍ଚଳର ବ୍ୟପକ କ୍ଷୟ କ୍ଷତି ହେଉଥିଲା। ୨୦୨୨ ୟାସ୍ ବାତ୍ୟାରେ ମଧ୍ୟ ଏହି ଅଞ୍ଚଳର ବ୍ୟାପକ ଚାଷ ନଷ୍ଟ ହୋଇଥିଲା । ପ୍ରଭାବିତ ହୋଇଥିଲେ ମତ୍ସ୍ୟଜୀବୀ । ୧୦ ଫୁଟର ଉଚ୍ଚ ଜୁଆର ୬ କିଲୋମିଟର ପର୍ଯ୍ୟନ୍ତ ଗାଁ ଭିତରକୁ ପଶିଥିଲା । ସେ ସମୟରେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୁଣା ବନ୍ଧ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ। ଆଉ ଆଜି ବନ୍ଧ ନିର୍ମାଣର ଶିଳାନ୍ୟାସ ପରେ ସ୍ଥାନୀୟ ବାସିନ୍ଦା ତଥା ଚାଷୀଙ୍କ ମୁହଁରେ ହସ ଫୁଟିଛି।

ସାର୍ଥା ପଞ୍ଚାୟତବାସୀଙ୍କ ପାଇଁ ଲୁଣାବନ୍ଧ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିଥିଲେ ବିଧାୟକ ମାନସ କୁମାର ଦତ୍ତ। ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଲୋକଙ୍କ କହିବା ହେଲା ଦୀର୍ଘ ଦିନର ଯନ୍ତ୍ରଣା ଦୂର ହେବ ।ଓଡିଶା ସରକାରଙ୍କ ଜଳ ସଂପଦ ବିଭାଗ ତରଫରୁ ଏହି ବନ୍ଧ ନିର୍ମାଣ କରାଯିବ। ୬ କିଲୋମିଟର ବନ୍ଧ ନିର୍ମାଣରେ ୨୧କୋଟି ୮୩ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ ହେବା ନେଇ ଅଟକଳ କରାଯାଇଛି । ୨୦୨୭ରେ କାମ ଶେଷ ହେବାକୁ ଲକ୍ଷଧାର୍ଯ୍ୟ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
luna-dam-to-be-constructed-in-coastal-areas-of-balasore | Argus News