Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lunar Eclipse; ଛାଇ ଆଲୁଅ ଖେଳ, ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

Smruti Parija
Browse all articles by Smruti Parija
·10 months ago·1 min read
Lunar Eclipse; ଛାଇ ଆଲୁଅ ଖେଳ, ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

Key Points

ଆଉ କିଛି ସମ ପରେ ଗ୍ରହଣ ସ୍ପର୍ଶ

ଦେଖିବାକୁ ମିଳିବ ମହାକାଶରେ ମହାଜାଗତିକ ଦୃଶ୍ୟ

ସାଢେ 3 ଘଣ୍ଟା ଧରି ଚାଲିବ ଛାଇ ଆଲୁଅ ଖେଳ

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ୧୨ଟା ୫୮ରେ ହେଲା ପାକ ତ୍ୟାଗ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ । ରାତି ଗୋଟାଏ ୨୮ ମିନିଟରେ ଶେଷ ହେବ ଚନ୍ଦ୍ର ଗ୍ରହଣ । ପ୍ରାୟ ୩ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । ଭାଦ୍ରବ ପୂର୍ଣ୍ଣିମାରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ପଡୁଥିବାବେଳେ ଆସନ୍ତା ବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାରେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ ।


୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଜ୍ୟୋର୍ତିବିଦ ଗଣନା କରି କହିଛନ୍ତି । ସେପଟେ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଚନ୍ଦ୍ରଗ୍ରହଣ ଦର୍ଶନ ଅଶୁଭ ହୋଇଥିବାବେଳେ ଅନ୍ୟ ରାଶିର ଲୋକେ ଦର୍ଶନ କରିପାରିବେ । ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି । ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି । ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା ।

Sponsored
lunar-eclipse-2025-india-to-witness-blood-moon-today | Argus News