Cuttack Chandi Mandir / ନୂଆ ରୂପରେ ଝଲସିବେ ମା' କଟକ ଚଣ୍ଡି

Key Points
ମାର୍ଚ୍ଚ ୨୦୨୬ରେ ଶ୍ରଦ୍ଧାଳୁମାନେ ନୂଆ ରୂପରେ ଦେଖିବେ କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀଙ୍କ ମନ୍ଦିର। ବିଧାନସଭାରେ ଏନେଇ ଉତ୍ତର ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏବେ ସୁରୁଖୁରୁରେ ଚାଲିଛି ନବୀକରଣ କାର୍ଯ୍ୟ। ମାଁଙ୍କ ଗର୍ଭଗୃହର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପାର୍ଶ୍ଵ ଦେବୀ ଦେବତାଙ୍କ ମନ୍ଦିର, ୩ ଦ୍ଵାରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେବେ ମନ୍ଦିରଟି ନୂଆ ରୂପ ପାଇଲେ ଆହୁରି ଶ୍ରଦ୍ଧାଳୁଙ୍କ ଆଗମନ ହେବା ସହ କଟକର ଗାରିମା ବୃଦ୍ଧି ପାଇବ ବୋଲି କହିଛନ୍ତି ସହରର ବରିଷ୍ଠ ମୂରବୀ।
ବିନା କୌଣସି ବାଧାରେ ସୁରୁଖୁରୁରେ ଚାଲିଛି ନବୀକରଣ କାମ। ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନବୀକରଣ କାମ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ। ଏହି ପ୍ରାଚୀନ ମନ୍ଦିରକୁ ନୂଆ ରୂପ ଦେବା ପାଇଁ ୨୦୨୨ ମସିହାରେ ପ୍ରଥମେ ୪୨ କୋଟି ଓ ୨୦୨୩ ରେ ୫୨.୮୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୨ ମସିହାରୁ ମନ୍ଦିରର ଆରମ୍ଭ ହୋଇଥିଲା ନବୀକରଣ କାମ। ମଝିରେ କିଛି କାରଣ ପାଇଁ କାମ ଧିମେଇ ଯାଇଥିଲା। ହେଲେ ନୂଆ ସରକାର ଆସିବା ପରେ ମନ୍ଦିରର ନବୀକରଣ କାର୍ଯ୍ୟକୁ ତ୍ୱରିତ କରାଯାଉଛି।
ବର୍ତ୍ତମାନ ମାଁଙ୍କ ମୁଖ୍ୟ ମନ୍ଦିର, ଗର୍ଭଗୃହ ଓ ଜଗମୋହନର ନବୀକରଣ କାମ ଜାରି ରହିଛି। ମନ୍ଦିର ପରିସରରେ ଥିବା ଶିବ ମନ୍ଦିର, ହନୁମାନ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ସୂର୍ଯ୍ୟ ମନ୍ଦିର, ଉତ୍ତର, ପୂର୍ବ ଓ ପଶ୍ଚିମ ଦ୍ଵାର, ଷ୍ଟୋର ରୁମ, ରୋଷଶାଳ, ସେବାୟତ ଗୃହ, ମୁଣ୍ଡନ ବ୍ଲକ, ପ୍ରସାଦ ସେବନ ବ୍ଲକ, ସୂଚନା କେନ୍ଦ୍ର, ରହଣୀ ସ୍ଥଳ, ପୋଲିସ ଫାଣ୍ଡି, ମନ୍ଦିର କାର୍ଯ୍ୟାଳୟ, ଶୌଚାଳୟ, ପ୍ରସାଦ ଦୋକାନ, ବିଦ୍ୟୁତ ଟ୍ରାନ୍ସଫର୍ମ ସହ ଏକାଧିକ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଯାଇଛି। ବାକି ଥିବା କାମ ପର୍ଯ୍ୟାୟକ୍ରମେ ଶେଷ କରାଯିବ । ମାର୍ଚ୍ଚ ୨୦୨୬ ରେ ଶ୍ରଦ୍ଧାଳୁମାନେ ନୂଆ ରୂପରେ ଦେଖିବେ କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀଙ୍କ ମନ୍ଦିର।
ଅନ୍ୟପଟେ ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ଆଜି କେନ୍ଦୁଝର ଘଟଗାଁ ମା' ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପୀଠର ଉନ୍ନତିକରଣରେ ଖର୍ଚ୍ଚ ହେବ ୩୧୨ କୋଟି ଟଙ୍କା ।
📱 Get Argus News App
✨Related Topics
Explore more stories