Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gajalaxmi Puja / ଧରାବତରଣ କରିଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ

Babita Behera
Browse all articles by Babita Behera
·9 months ago·2 min read
ଧରାବତରଣ କରିଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ

Key Points

  • ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ
  • ସହର ଠାରୁ ଗାଁ ସବୁଠି ଲାଗିଛି ପୂଜା ମାହୋଲ
  • ସହରରେ ପୂଜା ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ଵର: ମା ଯୋଗମାୟାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ । ଏଥିପାଇଁ ସହର ଠାରୁ ଗାଁ ସବୁଠି ଲାଗିଛି ପୂଜା ମାହୋଲ । ସେହିପରି ଅନୁଗୋଳରେ ମଧ୍ୟ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ ୩୬ ଟି ମଣ୍ଡପରେ ମା' ଧନଦାତ୍ରୀଙ୍କୁ ଆବାହନ କରାଯାଇଛି । ଆଉ ଏଥିପାଇଁ ସାରା ସହରଟା ସଜେଇ ହୋଇଛି ।


କୁମାର ପୁର୍ଣ୍ଣିମା ଦିନଠାରୁ ମା'ଙ୍କୁ ଆବାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମା'ଙ୍କର ବିଧି ପୂର୍ବକ ପୂଜା ହୋଇଛି । ସୋମବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତାମାନେ ଗଙ୍ଗା ଆବାହନ କରିବା ସହ ମାଆଙ୍କ ଆବାହନୀ ପୂଜା କରିଥିଲେ । ମା'ଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇ ଚକ୍ଷୁ ଦାନ ପରେ ଷୋଡସହ ଉପଚାରରେ ପୂଜା ଆରମ୍ଭ ହୋଇଛି ।


ଏଥିପାଇଁ ଅନୁଗୁଳ ସହର ବିଭିନ୍ନ ପ୍ରକାର ଆଲୋକମାଳାରେ ସଜ୍ଜିତ ହୋଇଥିବା ବେଳେ ଉତ୍ସବ ମୁଖରିତ ହୋଇ ଉଠିଛି ସାରା ଅନୁଗୋଳ ସହର । ଏଥର ପୂଜାରେ କିଏ ମୂର୍ତ୍ତୀ ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ଏଥର ଅନୁଗୋଳରେ ମୂର୍ତ୍ତୀ ନିର୍ମାଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ଗୁଳିମାଡ଼, ଚାଲିଗଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜୀବନ


ସହରରେ ପୂଜା ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ସୋମବାର ସନ୍ଧ୍ୟାରେ ଅନୁଗୋଳ ସହରରେ ପୋଲିସ ପକ୍ଷରୁ କମାଣ୍ଡୋ ବାହିନୀ ଏବଂ ଶକ୍ତି ବାହିନୀ ଆରମ୍ଭ କରାଯାଇଛି । ପୂଜାପାଇଁ ସହରରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ତିନିଜଣ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟୀତ୍ଵ ଦିଆଯାଇଛି ।

Sponsored
Gajalaxmi Puja: Maa Mahalaxmi Puja Begins in Angul | Grand Celebrations and Tight Security | Argus News