Heartbreaking Letter / ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ଭକ୍ତର ଦୁଃଖ ଭରା ଚିଠି: କରିଛନ୍ତି ଏମିତି ଗୁହାରୀ
·45 mins ago·2 min read

Key Points
ମୋତେ ବାଟ ଦେଖା ମାଆ... ମୋତେ ସାହା ହ ମାଆ... । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଛି ଭକ୍ତର ଦୁଃଖଭରା ଚିଠି । ଋଣମୁକ୍ତ କରିବାକୁ ମା’ଙ୍କ ପାଖରେ ଚିଠି ଲେଖି ଏମିତି ଗୁହାରି କରିଛନ୍ତି ଜଣେ ଭକ୍ତ ।
ରାୟଗଡ଼ା: ମାଆ ଲୋ ମାଆ… ମୁଁ ଋଣରେ ବୁଡି କି ଅଛି । ଧାର କରଜ କରି ଘର ଦ୍ୱାର ଜମିବାଡ଼ି ସବୁ ହରେଇ ସାରିଲିଣି । ଜୀବନରେ ଏ ଦିନ ଦେଖିବି ବୋଲି କେବେ ଭାବି ନଥିଲି । ମୁଁ କେବେ କାହାର ଅନିଷ୍ଟ କରିନି । ହେଲେ ମତେ ଏତେ କଷ୍ଟ କାହିଁକି ଦେଉଛୁ । କେତେ ଆଉ ସହିବି । ମୋ ପାଇଁ ମୋ ପରିବାର, ସମ୍ପର୍କୀୟ ସବୁ ହଇରାଣ ହେଉଛନ୍ତି । କେତେ ଲୋକଙ୍କଠାରୁ କେତେ କଥା ଶୁଣୁଛି... ଆଉ ସହିପାରୁନି ମାଆ ।
ନୂଆ ଜୀବନ ଆରମ୍ଭ କରିବାକୁ ନା ମୋ ପାଖରେ ଧୈର୍ଯ୍ୟ ଅଛି ନା ସମ୍ବଳ । କିଛି ବୁଦ୍ଧି ବାଟ ବି ଦିଶୁନି । ମୋତେ ବାଟ ଦେଖା ମାଆ... ମୋତେ ସାହା ହ ମାଆ... । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଛି ଭକ୍ତର ଦୁଃଖଭରା ଚିଠି । ଋଣମୁକ୍ତ କରିବାକୁ ମା’ଙ୍କ ପାଖରେ ଚିଠି ଲେଖି ଏମିତି ଗୁହାରି କରିଛନ୍ତି ଜଣେ ଭକ୍ତ ।
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ଏହି ଭୟବିହ୍ଵଳ ତଥା ଦୁଃଖ ଭରା ଚିଠି ଉଦ୍ଧାର ହୋଇଛି । ପ୍ରତ୍ୟେକ ଥର ଭଳି ହୁଣ୍ଡି ଗଣତି ସମୟରେ ଟଙ୍କା, ସୁନା ଓ ରୂପା ଅଳଙ୍କାର ସହ କୋରାପୁଟ ଜିଲ୍ଲାର ଜଣେ ଅସହାୟ ଭକ୍ତଙ୍କ ଏହି ଚିଠି ସାମ୍ନାକୁ ଆସିଛି । ଯାହା ମନ୍ଦିର କମିଟି ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍ତବ୍ଧ କରିଦେଇଛି ।
ଚିଠିରେ ଭକ୍ତ ଜଣଙ୍କ ନିଜ ନାଁ, ଠିକଣା ଲେଖିବା ସହ ସେ କେଉଁମାନଙ୍କ ଠାରୁ ଋଣ ନେଇଛନ୍ତି ତାହା ଲେଖିଛନ୍ତି । ଋଣ ସୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ପରିବାରର ଘୋର ଆର୍ଥିକ ଅନଟନ ଏବଂ ପ୍ରବଳ ଋଣଭାରରେ ଅତିଷ୍ଠ ହୋଇ ମା’ଙ୍କ ଶରଣ ପଶିଛନ୍ତି । ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା’ ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖି ତାଙ୍କୁ ଉଦ୍ଧାର କରିବା ପାଇଁ ହୁଣ୍ଡିରେ ଏହି ନିବେଦନ ପତ୍ର ପକାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିଠିରେ ଋଣଭାର ଓ ଦୁଃଖର କାହାଣୀ
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ଜଣେ ଭକ୍ତ ନିଜ ପରିବାରର ଘୋର ଆର୍ଥିକ ଅନଟନ ଏବଂ ପ୍ରବଳ ଋଣଭାରରେ ଅତିଷ୍ଠ ହୋଇ ମା’ଙ୍କ ଶରଣ ପଶିଛନ୍ତି । ଚିଠିରେ ସେ ଲେଖିଛନ୍ତି, ସାଙ୍ଗସାଥି ଓ ସମ୍ପର୍କୀୟ ପ୍ରାୟ ୨୩ ଜଣଙ୍କ ପାଖରୁ ଋଣ ନେଇଛି । ଏବେ ସୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା’ ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖି ତାଙ୍କୁ ଉଦ୍ଧାର କରିବା ପାଇଁ ହୁଣ୍ଡିରେ ଏହି ନିବେଦନ ପତ୍ର ପକାଇଛନ୍ତି ।
ଅଗଷ୍ଟ ୩୧ରେ ଦେବୋତ୍ତର ବିଭାଗ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସକାଳ ୧୦ଘଣ୍ଟିକା ସମୟରୁ ହୁଣ୍ଡି ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଣତି କାର୍ଯ୍ୟରେ ଶହେରୁ ଊର୍ଦ୍ଧ୍ଵ ମହିଳା ସ୍ବେଚ୍ଛାସେବୀ ସାମିଲ୍ ହୋଇଥିଲେ । ମା ମଝିଘରିଆଣୀଙ୍କ ମୋଟ ୯ଟି ହୁଣିର ଗଣତି କରାଯାଇଛି ।
ହୁଣ୍ଡିରୁ ମୋଚ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ସହ ୬୪ ଗ୍ରାମ ସୁନା, ୧ କେଜି ୭୬୪ ଗ୍ରାମ ରୁପା ଏବଂ ୧୧ଟି ବିଦେଶୀ ନୋଟ୍ ସହ ୟୁପିଆଇ ମାଧ୍ୟମରେ ଏକ ଲକ୍ଷ ୭୯ ହଜାର ୧୧ ଟଙ୍କା ମିଳିଛି । UPI ଅର୍ଥ ମିଶାଇ ମୋଟ ୫୫ଲକ୍ଷ ୯୪ ହଜାର ୯୧୩ ଟଙ୍କା ଦାନ ଆକାରରେ ମିଳିଛି ।

Related Topics
Explore more stories