Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maa Manikeswari / ଚଳଚଂଚଳ ମା' ମାଣିକେଶ୍ବରୀଙ୍କ ପୀଠ

Rashmita Mishra
Browse all articles by Rashmita Mishra
·9 months ago·2 min read
ଚଳଚଂଚଳ ମା' ମାଣିକେଶ୍ବରୀଙ୍କ ପୀଠ

Key Points

ଆଜି ପ୍ରସିଦ୍ଧ ଛତର ଯାତ୍ରା

ଜନସମୁଦ୍ର ପାଲଟିଲା କଳାହାଣ୍ଡିର ମାଣିକେଶ୍ବରୀଙ୍କ ପୀଠ

ଗର୍ଭଗୃହରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଲେ ମାଆ

ଆଜି ହେଉଛି କଲାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା । ମଧ୍ୟରାତ୍ରିରେ ଗୁପ୍ତପୂଜା ପରେ ସକାଳ ୫ଟାରେ ଜେନାଖଳାରୁ ବାହାରି ମନ୍ଦିର ଅଭିମୁଖେ ମାଆ ମାଣିକେଶ୍ବରୀ । ମାଆଙ୍କ ଝଲକ ଟିକେ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ । ରାସ୍ତାରେ ପ୍ରବଳ ଜନସମାଗମ।


ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ପଶୁବଳୀ ଅର୍ପଣ କରୁଛନ୍ତି ଭକ୍ତ। ଛତର ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଚାଲିଛି ମାଣିକେଶ୍ବରୀଙ୍କ ଛତର ଯାତ୍ରା । ଜେନାଖାଲ ଠାରେ ଗୁପ୍ତ ପୂଜା ପରେ ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛନ୍ତି ମା l ୩ କିଲୋମିଟର ରାସ୍ତା ସହର ପରିକ୍ରମା କରି ମନ୍ଦିରରେ ପହଞ୍ଚିବେ ମା'।


ତେବେ କଟକଣା ପରେ ବି ରକ୍ତରେ ଭିଜିଛି କଳାହାଣ୍ଡି ମାଟି। ଚାଲିଛି ରାଜରାସ୍ତାରେ ବଳି ଦେବା ପରମ୍ପରା। ନିଶା ରାତିରେ ପୂଜା ସହ ବଳି ପଡିବା ପରେ ବାହାରିଲା ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ଦିନ ତମାମ ସହର ପରିକ୍ରମା ପରେ ମାଁଙ୍କ ଛତର ମନ୍ଦିରରେ ପହଞ୍ଚିବ। ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ପୁରା କଳାହାଣ୍ଡି ଏବେ ଉତ୍ସବ ମୁଖର ହୋଇପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ସୋନପୁର ଗଡ଼ଜାତର ଅଧିଷ୍ଟାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଆଜି ସିଦ୍ଧିଦାତ୍ରୀ ବେଶ । ସୋମବାର ମା ମହାଗୌରୀ ବେଶ ଧାରଣ କରିଥିବା ବେଳେ ଆଜି ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ଲାଗିରହିଛି।

ପ୍ରତ୍ୟେକ ଦିନ ଭଳି ମାଙ୍କର ରୀତିନୀତି ଅନୁସାରେ ଦୁଆର ଫିଟା କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥାଏ । ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମା ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ଦିନ ଭୋରୁ ଭୋରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ କାତ୍ୟାୟନୀ ବେଶ କରାଯାଇଥିଲା । ପରେ ସକାଳର ମଙ୍ଗଳ ଆଳତୀ ସହ ମାଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମାଙ୍କ ଆଳତୀ ପରେ ଭକ୍ତମାନେ ସମସ୍ତ ଆଳତୀକୁ ମଖା ଯାଇ ଦର୍ଶନ କରିଥିଲେ । ପରେ ସମସ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା କରାଯାଇଛି।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Maa Manikeswari | Maa Manikeswari Temple – The Sacred Pilgrimage Site in Odisha | Argus News | Argus News