Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maa Tarini Temple / ବିଶ୍ଵସ୍ତରୀୟ ହେବ ମା ତାରିଣୀଙ୍କ ପୀଠ

Rashmita Mishra
Browse all articles by Rashmita Mishra
·7 months ago·3 min read
 ବିଶ୍ଵସ୍ତରୀୟ ହେବ ମା ତାରିଣୀଙ୍କ ପୀଠ
Maa Tarini Temple

Key Points

ବିଶ୍ଵସ୍ତରୀୟ ହେବ ମା ତାରିଣୀଙ୍କ ପୀଠ ।
ମା’ଙ୍କ ପୀଠ ପାଇଁ ୩୧୨ କୋଟିରୁ ଅଧିକ ବ୍ୟୟରେ ବିକାଶ ଯୋଜନା ।
ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ।
ମାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କେଲ ମୁଖ୍ୟମନ୍ତ୍ରୀ ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ । ମା'ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ସିଏମ । ପରେ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ପୀଠରେ ପାଖାପାଖି ୬୦ ଏକର ଅଞ୍ଚଳକୁ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ବିକାଶ ଯୋଜନା କରିଛନ୍ତି ସରକାର । ଘଟଗାଁ ହେବ ଓଡ଼ିଶାର ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର ।

ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତ କରି ସକାଳୁ ଘଟଗାଁର ମା’ ତାରିଣୀଙ୍କ ପୀଠରେ ପହଞ୍ଚିଥିଲେ । ସେଥିରେ ଏକ ବିଶାଳ ରୋଡ୍ ଶୋ’ ହୋଇଥିଲା । ବିରାଟ ପଟୁଆରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ପୀଠରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତା କର୍ମୀ ମାନେ ଥିଲେ । ସିଏମ୍ ମୋହନ ମାଝୀ ପ୍ରଥମେ ପତ୍ନୀଙ୍କ ସହିତ ମନ୍ଦିର ଭିତରକୁ ପ୍ରବେଶ କରି ମା’ଙ୍କ ବିଦ୍ୟ ଦର୍ଶନ କରିଥିଲେ । ମା’ ଶରଣରେ ସାଷ୍ଟଙ୍ଗ ପ୍ରଣିପାତ ହୋଇଥିଲେ । ପରେ ଯଜ୍ଞ ସ୍ଥଳକୁ ଯାଇ ଘଟଗାଁ ତାରିଣୀ ମନ୍ଦିରର ବିକାଶ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ମା’ଙ୍କ ମନ୍ଦିରର ବିକାଶ ପାଇଁ ପେଡ଼ି ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାୟ ୩୧୨ କୋଟି ଟଙ୍କାରେ ଘଟଗାଁ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ହେବ । ଆଜି ତା’ର ମୂଳଦୁଆ ପକାଇଛନ୍ତି ମୋହନ ମାଝୀ ।

ପାଖାପାଖି ୬୦ ଏକର ପରିମିତ ଜମି ଉପରେ ମା'ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ପଡ଼ିଛି । ଏହି ପ୍ରକଳ୍ପ ସମହୂରେ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପାଇଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁମୋଦନ ହୋଇଛି । ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା'ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ତତ୍ୱାବଧାନ ସହ ଯୋଜନା କରିଛନ୍ତି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର ଆଦି ନିମନ୍ତେ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମା'ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳ ଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି । ଯଥା ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ୍ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡ଼ି ପରିଚାଳନା ପାଇଁ ସୁବନ୍ଦୋବସ୍ତ ଏହି ଯୋଜନାରେ ସାମିଲ ଅଛି ।

ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ବିକାଶ ମାଧ୍ୟମରେ ସୁଦୃଶ୍ୟ କରିବା ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି । ଏହା ସହ ସଡ଼କ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି ।

କେଉଁଝର ଓଡ଼ିଶାର ଅର୍ଥନୀତି ବିକାଶରେ ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି । ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ କେଉଁଝର ଜିଲ୍ଲାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲୋକଙ୍କ ମନରେ ଉତ୍ସାହ ଆଣିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜିଲ୍ଲାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁବ୍ ଉତ୍ସାହିତ ଅଛନ୍ତି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maa Tarini Temple | Maa Tarini Peeth — Emerging as a World-Class Spiritual Destination | Argus News