Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ

Ritu Das
Browse all articles by Ritu Das
·1 year ago
କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ

ଅର୍ଗସ ବ୍ୟୁରୋ: କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ୭ ଗୁରୁତର। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡାଇ ଗୋଡ଼ାଇ ଲୋକଙ୍କୁ କାମୁଡି ଥିଲା।


ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୫ ମହିଳା, ଜଣେ ପୁରୁଷ ଓ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ତେବେ ପାଗଳ କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ ଚଳାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mad dog terror in Kamarda market | Argus News