ବିରୋଧ କଲେ ମାଫିଆ କରୁଛନ୍ତି ମରଣାନ୍ତକ ଆକ୍ରମଣ

Key Points
ଭଦ୍ରକରେ ବେଧଡକ୍ ଚାଲିଛି ବେଆଇନ୍ ବାଲି ଓ ମାଟି ଚୋରା ଚାଲାଣ
ବିରୋଧ କଲେ ମାଫିଆ କରୁଛନ୍ତି ମରଣାନ୍ତକ ଆକ୍ରମଣ
ଅଭିଯୋଗ ପରେ ମାଫିଆଙ୍କୁ ଦମନ ପାଇଁ ସକ୍ରିୟ ପ୍ରଶାସନ
ଖଣିମନ୍ତ୍ରୀ କହିଲେ ଚୋରା ଚାଲାଣ ରୋକିବାକୁ ସରକାର ସଚେତନ
କେବଳ ଜାନୁଆରୀରେ ଆଦାୟ ୪୦ କୋଟି ଟଙ୍କାର ଜରିମନା
୨୦୦ରୁ ଅଧିକ ଲିଜ୍ ଦିଆଯାଇଥିବା ନେଇ ମନ୍ତ୍ରୀ ଦେଲେ ସୂଚନା
ଭଦ୍ରକ ଜିଲ୍ଲାରେ ବେଫିକର ବାଲି ଓ ମାଟି ମାଫିଆ । ବେଆଇନ୍ ଭାବେ ଦୈନିକ ଶହ ଶହ ଟ୍ରିପ୍ ବାଲି ଓ ମାଟି ହେଉଛି ଚୋରା ଚାଲାଣ। ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ଜିଲ୍ଲାର ଭଣ୍ଡାରିପୋଖରୀ, ବନ୍ତ ଓ ଧାମନଗର ବ୍ଲକରେ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ବାଲି ଚୋରା ଚାଲାଣ କରାଯାଉଛି। ସେହିପରି ଧାମରା ରେଳ ବ୍ରିଜ ନିକଟ ସରକାର ଜମିରୁ ମାଟି ମାଫିଆ ମାନେ ରାତି ଅଧିଆ ଶହ ଶହ ଟ୍ରିପ ମାଟି ବେଆଇନ ଚୋରାଚାଲାଣ କରୁଛନ୍ତି।
ଯେଉଁଥିପାଇଁ ପୂରା ଅଞ୍ଚଳରେ ବଡ଼ ବଡ଼ ଖାଲ ହୋଇଗଲାଣି। ଯିଏ ଏହି ବେଆଇନ୍ କାମକୁ ବିରୋଧ କରୁଛି ତାଉପରେ ମାଫିଆ କରୁଛନ୍ତି ମରଣାନ୍ତକ ଆକ୍ରମଣ। ନିକଟରେ ମାଟି ମାଫିଆଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି। ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବେଆଇନ୍ ଚୋରା ଚାଲାଣ ରୋକିବାକୁ ଦାବି କରିଛନ୍ତି ଜିଲ୍ଲାବାସୀ। ଲୋକଙ୍କ ବାରମ୍ବାର ଦାବି ପରେ ଚେତିଛି ପ୍ରଶାସନ। ବାଲି ଓ ମାଟି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏକ ଟିମ ଗଠନ କରାଯାଇଛି। ଲ୍ଲା ପ୍ରଶାସନ, ପୋଲିସ ଓ ଜିଲ୍ଲା ଖଣି ଉପ ନିର୍ଦେଶକଙ୍କୁ ନେଇ ଗଠନ ହୋଇଛି ଏହି ଟିମ୍। ଧାମରା ରେଳ ବ୍ରିଜ ନିକଟରେ ମାଫିଆ ମାନେ ମାଟି ଚୋରା ଚାଲାଣ କରୁଥିବା ବେଳେ
ମଧ୍ୟ ରାତ୍ରରେ ଚଢ଼ାଉ କରିଥିଲା ଏହି ଟିମ୍ । ମାଟି ମାଫିଆ ଖସି ପଲାଇଥିବା ବେଳେ ପୋକ୍ଲିନ ମେସିନ ଓ ଏକ ହାଇୱା ଜବତ କରିଥିଲା ପ୍ରଶାସନର ଟିମ୍। ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏଥିସହ ବାଲି ଚୋରା ଚାଲାଣ ହେଉଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସଚେତନତା କରୁଛି। ସେପଟେ ଖଣି ମନ୍ତ୍ରୀ ବିଭୁତି ଜେନା କହିଛନ୍ତି ଖଣି ଖାଦାନ ଚୋରା ଚାଲାଣ ଅଟକାଇବା ଆମ ବିଭାଗର ପ୍ରାଥମିକତା। ଗତବର୍ଷ ଲଘୁ ଖଣିଜ ଜରିମନା ବାବଦକୁ 10 କୋଟି 12 ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏବର୍ଷ ଜାନୁଆରୀ 25 ସୁଦ୍ଧା 40 କୋଟି ଟଙ୍କାର ପେନାଲଟି ଆଦାୟ ହୋଇସାରିଲାଣି। ମିନେରାଲ ଚୋରା ଚାଲାଣ ରୋକିବାକୁ ବିଭାଗ ସଚେତନ ଥିବା କହିଛନ୍ତି ଖଣି ମନ୍ତ୍ରୀ। ଏଥିସହ 200ରୁ ଅଧିକ ନୂଆ ଲିଜ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
୨୫ ବର୍ଷର ବିଜେଡି ସରକାରରେ ଗେହ୍ଲାପୁଅ ସାଜିଥିଲେ ଖଣି ମାଫିଆ। ରାଜ୍ୟ ସରା ଚାଲିଥିଲା ବେଧଡକ୍ ଖଣିଜ ଲୁଟ୍। ଏପରିକି ପ୍ରଶାସନିକ ଅଧିକାରୀ ଚଢଉ କରିବାକୁ ଗଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନଥିଲେ। ସିଧା ତୃତୀୟ ମହଲାର ସଂରକ୍ଷଣରେ ମାଫିଆ ମାନେ ଲୁଟ୍ କରୁଥିବା ଅଭିଯୋଗ ହେଉଥିଲା। ଏବେ ସରକାର ବଦଳିଥିଲେ ବି ବହୁ ସ୍ଥାନରେ ମାଫିଆମାନଙ୍କର ଖଣି ଲୁଟ୍ ଧାରାରେ ବ୍ରେକ୍ ଲାଗିପାରିନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟ।ଲେଞ୍ଜ।