Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ

Odisha

ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଛି ଐତିହାସିକ ପୋଡ଼ାଗଡ ପୀଠ । ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ । ଚାଲିଛି ମାଘ ମଣ୍ଡେଇ । ଚଳିତ ବର୍ଷ ଏଠାରେ ଖୁବ ଧୂମଧାମରେ ପାଳିତ ହୋଇଯାଇଛି ମାଘ ମେଳଣ ଯାହାକୁ ଏଠାକାର ଲୋକେ ମାଘ ମୁଣ୍ଡେଇ ବୋଲି ମଧ୍ୟ କୁହନ୍ତି। ସ୍ଥାନୀୟ ଭାଷାରେ ମଣ୍ଡେଇ ର ଅର୍ଥ ହେଲା ମେଳଣ। ଏହି ମଣ୍ଡେଇ ରେ ଦେବାଦେବୀଙ୍କ ମେଳଣ ହୋଇଥାଏ ଏହି ସମୟରେ ବହୁ ଦୂର ଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି।


ଏହି ଅବସରରେ ମୋଟ ୯୩ ମୌଜାର ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ର କଲାବାଲି, କର୍ପାଉଣ୍ଡ, ଭୟବେଲି,ଅମରାବତୀ ଓ ୧୩ ଗୋଟି ଗ୍ରାମର ଦେବା ଦେବୀଙ୍କ ଲାଠି, କୁର୍ଚି ଉପସ୍ଥିତ ଥିଲେ। ସମସ୍ତଙ୍କୁ  ନେଇ ଦେବାଦେବୀଙ୍କ ରୀତିନୀତି ପ୍ରକାରେ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମେଳଣ ପରେ ସମସ୍ତ ଦେବାଦେବୀଙ୍କ ପ୍ରତୀକ ନିଜ ନିଜ ଗ୍ରାମକୁ ଫେରିଯିବେ। ନଳ ବଂଶ ରାଜତ୍ତ୍ବ କରୁଥି ସମୟରୁ ପ୍ରତି ବର୍ଷ ମାଘ ମାସରେ ଦେବଦେବୀ ଙ୍କ ମିଳନ ବା ମଣ୍ଡେଇ ପାଳନ ହୁଏ।ସେହି ପରମ୍ପରା ଓ ସଂସ୍କୃତି କୁ ସ୍ଥାନୀୟ ଆଦିବାସୀ ଆଜି ପର୍ଯ୍ୟନ୍ତ ବଜାଇ ରଖିଛନ୍ତି। ଏହି ଦେବାଦେବୀ ମିଳନ ବା ମଣ୍ଡେଇ କୁ ଦେଖିବାକୁ ଓଡିଶା ତଥା ଛତିଶଗଡ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Magha Mandei Celebrated at Historic Podagarh Peetha in Nabarangpur | Argus News