Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଡ଼ପ ବିଜେ ପରେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଡ଼ପ ବିଜେ ପରେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

Key Points

ଆଡ଼ପ ବିଜେ ପରେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

ଶୃଙ୍ଖଳିତ ଢଙ୍ଗରେ ଚାଲିଛି ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ଦର୍ଶନ

ଆଡ଼ପ ବିଜେ ପରେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଶୃଙ୍ଖଳିତ ଢଙ୍ଗରେ ଚାଲିଛି ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ଦର୍ଶନ । ସକାଳ ୬ ଟା୫୦ ପରଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡ଼ ମାଧ୍ୟମରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଭକ୍ତଙ୍କୁ ଭିତରକୁ ଛଡ଼ା ଯାଉଛି । ଟିକେଟ ଧାରୀଙ୍କ ପାଇଁ ଭିତରେ ସ୍ବତନ୍ତ୍ର ଧାଡ଼ି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଚଞ୍ଚଳ ରାଣା । ଆଜି ଆଡପ ମଣ୍ଡପରେ ବାହାରିଛି ଚଳିତ ବର୍ଷର ପ୍ରଥମ ଅବଢ଼ା । ତିନି ଦିନ ପରେ ଶ୍ରୀଜିଉଙ୍କୁ ଲାଗିହେବ ଅବଢ଼ା ମହାପ୍ରସାଦ । ୫ ଦିନ ଧରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ଜୈବିକ ଚାଉଳ ପ୍ରସ୍ତୁତ ଅମୃତ ଅନ୍ନ । ସେପଟେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ।


ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ରାତି ପ୍ରାୟ ୯ଟାରୁ ବିଳମ୍ବିତ ରାତି ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରିଛନ୍ତି ଦତ୍ତ ମହାପାତ୍ର ସେବକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored