Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Snana Yatra / ମହାବାହୁଙ୍କୁ ସ୍ନାନବେଦୀରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ମହାବାହୁଙ୍କୁ ସ୍ନାନବେଦୀରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Snana Jatra

Key Points

ସ୍ନାନବେଦୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଉଛୁଳୁଛି ବଡ଼ଦାଣ୍ଡ
ମହାବାହୁଙ୍କୁ ସ୍ନାବେଦୀରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାବାହୁଙ୍କୁ ସ୍ନାବେଦୀରେ ଦର୍ଶନ କଲେ
ପୁରୀ,୨୯/୦୬: ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରାର୍ଥନା କରିଛି।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଯାଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି। ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣିମା ଦେଖିବାର ସୁଯୋଗ ପାଇଥିବା କହିଛନ୍ତି। ଆମ ଦେଶ ତଥା ରାଜ୍ୟ ଓ ସମଗ୍ର ମାନବ ଜାତି ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିବା ସହ ସାରା ବିଶ୍ଵର କଲ୍ୟାଣ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।

ସେପଟେ ରଥ ଖଳାକୁ ଯାଇ ମୁଖ୍ୟମନ୍ତ୍ରୀ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ମୁଖ୍ୟ ବିଶ୍ଵକର୍ମାଙ୍କୁ ରଥ ନିର୍ମାଣ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ। ରଥର ବ୍ରେକ ନିର୍ମାଣ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ରଥଖଳାରେ ଦେଖି ରଥ ନିର୍ମାଣକାରୀ ସେବକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଲେ। ରଥ କାମରେ ଆଉ କିଛି ଅସୁବିଧା ଅଛି କି ନାହିଁ କାରିଗରଙ୍କୁ ପଚାରି ବୁଝିଥିଲେ। ଗାଧୋଇଲେ କାଳିଆ ସାଆନ୍ତ । ଭକ୍ତଙ୍କ ଅପେକ୍ଷାର ହେଲା ଅନ୍ତ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନନୀତି ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉଛି।

ପଢନ୍ତୁ ଏହି ଖବର: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ, ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ରଖି ସୋସିଆଲ ମିଡିଆରେ ବିଜ୍ଞାପନ

ଧାଡ଼ି ପହଣ୍ଡିରେ ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଛି । ଏହି ଦୁର୍ଲଭ ଦୃଶ୍ୟର ସାକ୍ଷୀ ହେବା ପାଇଁ ପୁରୀ ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ । କାହା ହାତରେ ତୁଳସୀ, କାହା ମୁହଁରେ "ଜୟ ଜଗନ୍ନାଥ"ର ଧ୍ୱନି, ଆଉ କାହା ଆଖିରେ ଭକ୍ତିର ଅଶ୍ରୁ । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।

ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ଲାଭ ହୁଏ । ଦୂରଦୂରାନ୍ତରୁ ଛୁଟି ଆସିଥିବା ଭକ୍ତମାନଙ୍କ ପାଇଁ ଆଜିର ଦିନ କେବଳ ଏକ ପର୍ବ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅନୁଭୂତି । ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସାରା ପୁରୀ । ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ତାଙ୍କର ଅତ୍ୟନ୍ତ ଦୁର୍ଲଭ ଗଜାନନ ବା ହାତୀବେଶ । ବର୍ଷକୁ ମାତ୍ର ଥରେ ଏହି ଦିବ୍ୟ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି ଦୁର୍ଲଭ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଏବେ ବି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅପେକ୍ଷା ଜାରି ରହିଛି । "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ, ଆଉ ଭକ୍ତିର ସ୍ରୋତରେ ଭାସୁଛି ସମଗ୍ର ଶ୍ରୀକ୍ଷେତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM & Union Minister Offer Prayers at Puri Snana Yatra | Argus News