Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣ

ଭୁବନେଶ୍ଵର: ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିବା ବେଳେ ଅଘଟଣ । ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ିବା ବେଳେ ସେବାୟତ ଖସି ପଡ଼ିଛନ୍ତି । ପରେ ଅନ୍ୟ ଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ ।


ବେଢ଼ା ପରିକ୍ରମା ପରେ ସେବାୟତ ମହାଦୀପ ଉଠାଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୧୦ଟା ୪୦ରେ ମହାଦୀପ ଉଠିଲା । ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରଭୁ ଶିବଙ୍କ ଆଶିଷ ପାଇଁ ପୀଠମାନଙ୍କରେ ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର ଓ ପାଳିଛନ୍ତି ମହାଶିବରାତ୍ରୀ । ସବୁ ଶୈବପୀଠରେ ପାଳନ ହେଉଛି ମହାଶିବରାତ୍ରୀ । ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଳନରେ ସ୍ଵତନ୍ତ୍ରତା ରହିଛି । ରାତି ଉଜାଗର ରହି ମନ୍ଦିର ପରିସରରେ ଦୀପ ଜାଳୁଛନ୍ତି ଶ୍ରଦ୍ଧାଳୁ ।


ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

Sponsored
Mahadeep In Lingaraj Temple Maha Shivratri | Argus News