Videos
|
Odisha

ହଳଦୀରେ ମହାଦେବ ଆର୍ଟ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହଳଦୀରେ ମହାଦେବ ଆର୍ଟ...

ରାତି ପାହିଲେ ଜାଗର। ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି । ବାବା ଭୋଳାନାଥଙ୍କୁ ଉପାସନା କରି ଜାଗର ଜାଳିବେ ଶ୍ରଦ୍ଧାଳୁ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ । ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହା ଶିବରାତ୍ରି ଅବସରରେ ଛାତ୍ରଙ୍କ ନିଆରା ପ୍ରୟାସ। ହଳଦୀରେ ମହାଦେବଙ୍କ ଆର୍ଟ କରି ଚର୍ଚ୍ଚାରେ ଛାତ୍ର।ମନ୍ଦିରର ପ୍ରାଗଣରେ ବସି ଏକ ୩୦ ସେଣ୍ଟିମିଟର କଞ୍ଚା ହଳଦୀରେ ମହାଦେବଙ୍କ ଚିତ୍ର ଆଙ୍କି ନିଜ ଭାବନାର ପରିପ୍ରକାଶ କରିଛନ୍ତି।


ବାଲେଶ୍ୱର ସହର ଉପକଣ୍ଠସ୍ଥ ସିନ୍ଧିଆ ପଞ୍ଚାୟତର ବାବୁରାମ ନାଥଙ୍କ ପୁତ୍ର ଅବିନାଶ ନାଥ। ପୂର୍ଵରୁ ପତ୍ର, ବାଦାମ୍, ଲବଙ୍ଗ, ହାତଘଣ୍ଟା, ଚକଲେଟ୍ ଇତ୍ୟାଦିରେ ବହୁ ଚିତ୍ର ଆଙ୍କିଛନ୍ତି। ଏହି ପ୍ରତିଛବି ଆଙ୍କିବା ପାଇଁ ପ୍ରାୟ ୨୦ ମିନିଟ ସମୟ ଲାଗିଥିଲା ବୋଲି ଅବିନାଶ କହିଛନ୍ତି। ପୂର୍ବରୁ ଏମିତି ଥିମ ଆର୍ଟ କରି ବେଶ ଚର୍ଚ୍ଚାରେ ରହିଥିଲେ ଅବିନାଶ। ଅବିନାଶଙ୍କ ଏହି ଆର୍ଟ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Mahadev Art in turmeric in balasore | Argus News