Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପିଲାଙ୍କୁ ଧମକେଇ ପାଣ୍ଡିଆନଙ୍କ ସଭାରେ ଭିଡ କରୁଛନ୍ତି ସରକାର'

Smruti Parija
Browse all articles by Smruti Parija
·2 years ago·2 min read
'ପିଲାଙ୍କୁ ଧମକେଇ ପାଣ୍ଡିଆନଙ୍କ ସଭାରେ ଭିଡ କରୁଛନ୍ତି ସରକାର'

Key Points

  • ପିଲାଙ୍କୁ ଧମକେଇ ପାଣ୍ଡିଆନଙ୍କ ସଭାରେ ଭିଡ କରୁଛନ୍ତି ସରକାର
  • ନୂଆ ଓ ରେ ମାହାଲ ମାଣ୍ଡା ଗୀତ ବାଜୁଛି
  • କୋମଳମତି ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରାଯାଉଛି

ଭୁବନେଶ୍ୱର: ନୂଆ 'ଓ' ମାଧ୍ୟମରେ ଯଦି ଶିକ୍ଷାର ମାନ୍ୟତାକୁ ବଢାଇବାର ଥାନ୍ତା ତେବେ ସରକାର ଏହି ମାନସିକତାକୁ ଉଠାଇନଥାନ୍ତେ । କେବଳ 3ଟି ବିଶ୍ୱବିଦ୍ୟାଳୟ ଛାଡ଼ି ଦେଲେ ଅନ୍ୟ ବିଶ୍ୱବିଦ୍ୟାଳୟରେ ନାକ ମାନ୍ୟତା ନାହିଁ । ରାଜ୍ୟରେ 1100 କଲେଜ ସରକାରୀ ଅନୁଦାନ ପ୍ରାପ୍ତ କଲେଜ । ବାକି 1050 କଲେଜ ଉପରେ ସରକାର ଧ୍ୟାନ ଦିଅନ୍ତି ନାହିଁ । ସରକାରଙ୍କ ଧ୍ୟାନ କେବଳ ନୂଆ - ଓ କାର୍ଯ୍ୟକ୍ରମ କେମିତି କରିବେ ।

1100 କଲେଜରୁ ମାତ୍ର 48 କଲେଜ ସରକାରୀ ଅନୁଦାନପ୍ରାପ୍ତ । ବାକି 1050 କଲେଜରେ ସରକାର ଅନୁଦାନ ଖର୍ଚ୍ଚ ଦିଅନ୍ତି ନାହିଁ । କିନ୍ତୁ ଏସବୁ ଉପରେ ସରକାରଙ୍କର ନଜର ନାହିଁ । କେବେଳ ସରକାରଙ୍କର ନଜର ନୂଆ ଓ କରି ଭୋଟ୍ ନେବା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରୀ କଲେଜର ଆସିଷ୍ଟାଣ୍ଟ ପ୍ରଫେସର,ଆସୋସିଏଟ୍ ପ୍ରଫେସର, ପ୍ରଫେସର ସବୁ ପଦ ଫାଙ୍କା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ 29ଟି ପ୍ରଫେସର ପଦବୀରୁ 21 ଟା ଫାଙ୍କା । ଆସୋସିଏଟ ପ୍ରଫେସର 71ଟାରୁ 52 ଟା ଫାଙ୍କା । ଆସିଷ୍ଟାଣ୍ଟ ପ୍ରଫେସର 167ରୁ 85 ଫାଙ୍କା । ଯଦି କଟକରେ ଏଭଳି ସ୍ଥିତି । ତେବେ ଯେଉଁ ନୂଆ ୟୁନିଭରସିଟି ହୋଇଛି ସେଥିରେ ସ୍ଥିତି କଣ ଥିବ ଆପଣ ଅନୁମାନ କରିପାରୁଥିବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ନୂଆ - ଓ ଯୋଜନାରେ 350 କୋଟି ଟଙ୍କା ଖର୍ଚ୍ଚ କଲେ ରାଜ୍ୟ ସରକାର । କେବଳ ବିଜେଡ଼ିର ପ୍ରଚାର କରାଯାଉଛି । ବିଜ୍ଞାପନ ବାବଦରେ ରାଜ୍ୟ ସରକାର 1500 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଲୋକଙ୍କ କିଛି ଲାଭ ହେଉ ନାହିଁ, ବିଜେଡ଼ି, ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଲାଭ ହେଉଛି । 


 

Sponsored
mahal-manda-song-is-famous-in-third-floor-said-anil-biswal | Argus News