|
logo
Live

Argus News - ବରଗଡ଼ର ବହୁ ଚର୍ଚ୍ଚିତ ଫାର୍ମଫଣ୍ଡ ମହାଘୋଟାଲା 

Odisha

ବରଗଡ଼ର ବହୁ ଚର୍ଚ୍ଚିତ ଫାର୍ମଫଣ୍ଡ ମହାଘୋଟାଲା 

Manini Pattanayak
Browse all articles by Manini Pattanayak
·2 years ago·2 min read
ବରଗଡ଼ର ବହୁ ଚର୍ଚ୍ଚିତ ଫାର୍ମଫଣ୍ଡ ମହାଘୋଟାଲା 

 ବରଗଡ଼: ବରଗଡ଼ରେ ଚାଷୀଙ୍କ ନାଁରେ ମହାଲୁଟ୍। ଫାର୍ମପଣ୍ଡ ଯୋଜନାରେ ହୋଇଛି ମହାଘୋଟାଲା। ପୋଖରୀ ଖୋଳାଯାଇନାହିଁ, କିନ୍ତୁ ଶହ ଶହ ଚାଷୀଙ୍କ ନାଁରେ ମିଛ ବିଲ୍ କରି ଉଠାଯାଇଛି କୋଟି କୋଟି ଟଙ୍କା। ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ଜଳ ବିଭାଜିକା ବିଭାଗର ଅଧିକାରୀଙ୍କ କେଳେଙ୍କାରୀ। ଏ ନେଇ ଅର୍ଗସରେ ଖବର ପ୍ରସାରଣ ପରେ ଖୋଲିବାରେ ଲାଗିଛି ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏବେ ସମ୍ପୃକ୍ତ ବିଭାଗର ଜଣେ ଅଧିକାରୀ ଖୋଲିଛନ୍ତି ନିଜ ବିଭାଗର ବଡ଼ ବାବୁଙ୍କ ଅସଲ ମୁଖା। ଏବେ ପୁରା ମାମଲାରେ ବରଗଡ଼ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ପୂର୍ବରୁ PD DRDA ଥିବା ଏବେର ଜିଲ୍ଲାପାଳ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ନା ଅଧିକାରୀଙ୍କୁ ଦେବେ ସୁରକ୍ଷା ? 

ଇଏ ବରଗଡ଼ ଜିଲ୍ଲା ଜଳବିଭାଜିକା କାର୍ଯ୍ୟାଳୟ । ଅଭିଯୋଗ ହୋଇଛି ଫାର୍ମପଣ୍ଡକୁ ନେଇ ମହା ଦୁର୍ନୀତିର ପଟ୍ଟକଥା ଲେଖାଯାଇଛି ଏହି ଅଫିସରୁ। ପୋଖରୀ ଖୋଳା ପାଇଁ ହିତାଧିକାରୀଙ୍କୁ ମିଳୁଥିବା ସରକାରୀ ଟଙ୍କା ଖାଇ ବେଶ୍ ମଉଜ କରୁଛନ୍ତି ବିଭାଗୀୟ ବଡ଼ବାବୁ । ଜିଲ୍ଲାରେ 2300ରୁ ଅଧିକ ଫାର୍ମ ପଣ୍ଡ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ପ୍ରାୟ 20 କୋଟି ଟଙ୍କା ଲୁଟ୍ ହୋଇଛି । ଅର୍ଗସ୍ ହାତରେ ଲାଗିଥିବା ଏ ଏକ୍ସକ୍ଲୁସିଭ୍ ଅଡିଓ ବାଇଟରେ ହୋଇଛି ଫାର୍ମପଣ୍ଡ ମହାଘୋଟାଲାର ଖୁଲାସା। ବିଭାଗୀୟ ଦୁର୍ନୀତିର ପୋଲ୍ ଖୋଲିଛନ୍ତି ଏହି ଜଳ ବିଭାଜିକା ଅଫିସର ଜଣେ ଅଧିକାରୀ ।  ତାଙ୍କ ଅନୁସାରେ 100ରୁ ଅଧିକ ୱାର୍କକୋଡ୍ ଚୋରି ହୋଇଛି, ବିନା ପ୍ରକଳ୍ପରେ ବିଲ୍ ଉଠାଯାଇଛି ।  ମାମଲାରେ ବିବାଦ ଘେରକୁ ଆସିଛନ୍ତି ତଳିଆ କର୍ମଚାରୀଙ୍କଠାରୁ ନେଇ ପ୍ରକଳ୍ପ ନିର୍ଦ୍ଦେଶକ ବା ପିଡି। କାରଣ ତାଙ୍କ ଅନୁମୋଦନ ବିନା କାମ ହୋଇପାରିବ ନାହିଁ, ତେବେ ସବୁକିଛି ଜାଣିଶୁଣି କରାଯାଇଥିବା କହିଛନ୍ତି ଅଧିକାରୀ । ଦୁର୍ନୀତିରେ ପିଡି ଓ ଏପିଡି ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଛି । କିନ୍ତୁ ନିଜ ଉପରୁ ଦୋଷ ଝାଡ଼ିଦେଇଛନ୍ତି ପିଡି ।  ବିଲ୍ ପାଇଁ ପିଡି DRDAଙ୍କ ମଞ୍ଜୁରୀ ମଧ୍ୟ୍ୟ ଆବଶ୍ୟକ ଥାଏ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦେଶକ। ତେବେ ବଡ଼ କଥା ହେଲା ସେତେବେଳର PD-DRDA ବର୍ତମାନ ଅଛନ୍ତି ବରଗଡ଼ ଜିଲ୍ଲାପାଳ । ପ୍ରଶ୍ନ ହେଲା ଜିଲ୍ଲାରେ ଫାର୍ମପଣ୍ଡ ମହାଘୋଟାଲାର ତଦନ୍ତ କରିବେ ଜିଲ୍ଲାପାଳ ନା ସୁରକ୍ଷା ପାଇବେ ଅପରାଧୀ ?

ଏବେ ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ। ଚାଷଙ୍କ ନାଁରେ କେମିତି ହୋଇଛି ମହାଲୁଟ୍। ଗାଇସିଲେଟ ବ୍ଲକ ବଡ଼ ଡୁଙ୍ଗୁରିପାଲିର ଗ୍ରାମସାଥି ବୁଦ୍ଧିମନ୍ତ ସାହୁଙ୍କର କୌଣସି ଫାର୍ମପଣ୍ଡ ନାହିଁ, କିନ୍ତୁ ତାଙ୍କ ନାଁରେ ଉଠିଛି ବିଲ୍। ସମାନ କଥା ଡାଙ୍ଗବାହାଲ ଗାଁର ହେମନ୍ତ ମିର୍ଦ୍ଧାଙ୍କ କ୍ଷେତ୍ରରେ। କଂସଡୋଲର ବୁଧବାରୁ ସାହୁ, ଡମ୍ବରୁଧର ସାହୁ, କୁର୍ଲାବାହାଲର ଲଲିତ ସରାଫଙ୍କ ନାଁରେ ବି ମିଛ ଫାର୍ମଫଣ୍ଡ ଦେଖାଇ ବିଲ୍ ଉଠାଯାଇଛି। ଚାଣ୍ଟିପାଲି ପଞ୍ଚାୟତର ଜଡ଼ାଗଂଜାଠାରେ ଗୋଟିଏ ପ୍ଲଟରେ ୬ଟି ଫାର୍ମପଣ୍ଡ ଥିବା ଦେଖାଯାଇ ବିଲ୍ ହୋଇଛି । ସୂଚନା ଫଳକରେ କିନ୍ତୁ ଏଠି ଦୁଇଟି ଫାର୍ମପଣ୍ଡ ଥିବା ଉଲ୍ଲେଖ ଅଛି।   ବିଜେଡି ଶାସନରେ 5T ନାଁରେ ସ୍ବଚ୍ଛ ଶାସନର ମିଛ ପ୍ରଚାର କରାଯାଉଛି, କିନ୍ତୁ ଅସଲ କଥା ହେଲା TEAM WORKରେ କରାଯାଉଛି ରାଜକୋଷ ଲୁଟ୍। ବରଗଡ଼ ଜିଲ୍ଲାର ଏ ଫାର୍ମପଣ୍ଡ ଘୋଟାଲା ତାର ବଡ଼ ପ୍ରମାଣ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବରଗଡ଼ର ବହୁ ଚର୍ଚ୍ଚିତ ଫାର୍ମଫଣ୍ଡ ମହାଘୋଟାଲା  | Argus News