Videos
|
Odisha

ମହାନଦୀ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି

Smruti Parija
Browse all articles by Smruti Parija
·2 years ago·1 min read
ମହାନଦୀ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି

ଝାରସୁଗୁଡା:  ମହାନଦୀ ଡଙ୍ଗା ବୁଡି ଘଟଣାରେ ଆଉ ଦୁଇ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଜଣ ନାବାଳକ ବୋଲି ଜଣାପଡିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି । ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ମୃତକଙ୍କୁ ଉଦ୍ଧାର କରାଯାଉଛି। 

ଗତକାଲି(ଶୁକ୍ରବାର) ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ଲଖନପୁର ବ୍ଲକ ରେଙ୍ଗାଲି ଥାନା ଶରଧା ଘାଟରୁ ଅଳ୍ପ ଦୂରରେ ଏକ ଯାତ୍ରୀବାହୀ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଘଟଣାରେ ଡଙ୍ଗା‌ରେ ଥିବା ପ୍ରାୟ ୪୩ ଜଣ ଯାତ୍ରୀଙ୍କ  ଉଦ୍ଧାର କରାଯାଇଥିବା ବେଳେ ଏବେ ଯାଏଁ 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ, ବେଆଇନ୍‌ ଭାବେ ଡଙ୍ଗା ଚାଳନା ଘଟଣାରେ ରେଙ୍ଗାଲି ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ x ଆକାଉଣ୍ଟ ଜରିଆରେ ଶୋକ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mahanadi-boat-tragedy-two-more-deadbody-recovered | Argus News