MAHANADI / ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି, ମନ୍ତ୍ରୀ ସୁରେଶ ପୂଜାରୀ ଖୋଲିଲେ ବିଜେଡିର ପୋଲ।
·5 months ago·2 min read

Key Points
ମହାନଦୀ ପ୍ରସଙ୍ଗରେ ନେଇ ସରକାର ବିରୋଧି ମୁହାମୁହିଁ
ମନ୍ତ୍ରୀ ସୁରେଶ ପୂଜାରୀ ଖୋଲିଲେ ବିଜେଡିର ପୋଲ
24 ବର୍ଷ କଥା କହି ନିଜକୁ ବଞ୍ଚାନ୍ତୁ ନାହି କହିଲା ବିଜେଡି

ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ଅଡୁଆ ବଢ଼େଇଥିଲା ବୋଲି ଅଭିଯୋଗ କଲେ । ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ସୁରେଶ ପୁଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। 2016ରେ ନବୀନ ବାବୁ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ସେତେବେଳେ କେନ୍ଦ୍ର ସରକାର ତାକୁ ଗୁରୁତ୍ୱ ଦେଲେ ନାହିଁ ବୋଲି କହିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର। ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଲା ମହାନଦୀ ବଞ୍ଚାଓ ଆନ୍ଦୋଳନ। ଆସନ୍ତା 27 ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ସ୍ଥିତିକୁ ଅନୁଧ୍ୟାନ କରିବାକୁ କଲମା ବ୍ୟାରେଜକୁ ଯିବ।
ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାର ଠାରୁ ପାଇଛୁ। 24 ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା। 2014 ରୁ 2022 ମସିହା ପର୍ଯ୍ୟନ୍ତ ଛତିଶଗଡ଼ ସରକାର 500 ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ। ଯେଉଁ ସମୟରେ ନିର୍ମାଣ କଲେ ସେ ସମୟରେ ବିରୋଧ କଲେ ନାହିଁ. କେନ୍ଦ୍ର ସରକାର ଟ୍ରିବୁନାଲ କଲେ ଅଢେଇ ବର୍ଷ କାର୍ଯ୍ୟକାଳ, ନିୟମ ଅନୁଯାୟୀ ଥରେ ବଢ଼େଇଲେ ପାଞ୍ଚ ବର୍ଷ. ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବୁନାଲ ସାମ୍ନାରେ ଉପସ୍ଥାପନ କଲା ଆହୁରି 21 ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସକ୍ଷ୍ୟ ଗ୍ରହଣ ହେଲା ନାଇଁ. ସତ୍ୟପାଠ ମଧ୍ୟ ଦଖଲ ହେଲା ନାହିଁ. ବିଧାନସଭା ସମୟରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ କହିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ. ଜଳ ଗତିପଥ କିମ୍ଭା ପରିମାଣ ପ୍ରଭାବିତ ହୋଇ ନାହିଁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ।
ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ 9 ବର୍ଷ ସରକାରରେ ଥିଲେ। ତୁମର ତ ଛତିଶଗଡ଼ ଓ କେନ୍ଦ୍ରରେ ସରକାର ଥିଲା। ତୁମେ କଲ କଣ। ବିଜେପି କାହାଣୀ କହୁଛି। ସବୁବେଳେ 24 ବର୍ଷ କଥା କହି ନିଜକୁ ଆଉ ବଞ୍ଚାନ୍ତୁ ନାହି କହିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।
ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଲା ମହାନଦୀ ବଞ୍ଚାଓ ଆନ୍ଦୋଳନ। ଆସନ୍ତା 27 ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ସ୍ଥିତିକୁ ଅନୁଧ୍ୟାନ କରିବାକୁ କଲମା ବ୍ୟାରେଜକୁ ଯିବ ବୋଲି କହିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories