Videos
|
Odisha

Mahanadi Flood / ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା…ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ

Ritu Das
Browse all articles by Ritu Das
·54 mins ago·2 min read
ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା…ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ
India

Key Points

କଟକ ମୁଣ୍ଡଳୀରେ ପ୍ରବାହିତ ହେଉଛି ୮ ଲକ୍ଷ କ୍ୟୁସେକ୍ ପାଣି
ପ୍ରଭାବିତ ହେବ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ସହ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ
ଉପର ମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର କ୍ରମାଗତ ବଢ଼ିଚାଲିଛି
ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା । ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ୍‌ର ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ପୀଠର ଗର୍ଭଗୃହରେ ବନ୍ୟାପାଣି ପଶିଯାଇଥିବା ବେଳେ ମା’ଙ୍କ ବିଗ୍ରହଙ୍କୁ ସୁରକ୍ଷିତ ଭାବେ ରୋଷଘରକୁ ସ୍ଥାନାନ୍ତର କରାଯାଇଛି । ବାଙ୍କୀ ବ୍ଲକ୍‌ର ହୁଳୁହୁଳା ସେତୁ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ତିଗିରିଆ ଓ ବାଙ୍କୀକୁ ସଂଯୋଗ କରୁଥିବା ସୋମପଡ଼ା ରାସ୍ତା ଉପରେ ବନ୍ୟାପାଣି ଚାଲୁଛି।

ଆଗକୁ ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ଏବଂ ଜଗତସିଂହପୁରର ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ବୋଲି ସତର୍କ କରାଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ। ଆଜି ସନ୍ଧ୍ୟା ସୁଦ୍ଧା କଟକ ଜିଲ୍ଲା ମୁଣ୍ଡଳୀଠାରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ହୀରାକୁଦର ୩୦ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ା ଯାଉଥିବାବେଳେ ମୁଣ୍ଡଳୀଠାରେ ଏହାକୁ ୮ ଲକ୍ଷ ତଳକୁ ରଖିବା ପାଇଁ ପ୍ରୟାସ କରୁଛି ଜଳ ସମ୍ପଦ ବିଭାଗ ।

ସେହିପରି କଟକ ବଡ଼ମ୍ବାସ୍ଥିତ ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି। ସୁରକ୍ଷା ଦୃଷ୍ଟିରୁ ମା’ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ ମନ୍ଦିରର ରୋଷଘରକୁ ସ୍ଥାନାନ୍ତର କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଟ୍ଟାରିକା ପୀଠ, ବାବା ସିଂହନାଥ ପୀଠ ଓ ଟି-ସେତୁ ପରିସରରେ BNSର ୧୬୩ ଧାରା ଲାଗୁ କରାଯାଇଛି।

ବାଙ୍କୀ ବ୍ଲକ୍‌ର ହୁଳୁହୁଳା ସେତୁ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ବାଙ୍କୀର ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଆଠଗଡ଼ ତିଗିରିଆ ଓ ବାଙ୍କୀକୁ ସଂଯୋଗ କରୁଥିବା ସୋମପଡ଼ା ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବା ବେଳେ ମା’ ବଡ଼ ବନ୍ଧିଆଣୀ ମନ୍ଦିର ନିକଟରେ ପାଣି ପଶିବା ଆରମ୍ଭ ହୋଇଛି । ବାଙ୍କୀ-ଡମପଡ଼ା ବ୍ଲକର ବିଲିପଡ଼ା-ତାଳବସ୍ତ ମୁଖ୍ୟ ରାସ୍ତା ଏବଂ ସୁକୁଆଖେଳା, ଶିମିଳିପୁର କଇଁଆନାଳ ଉପରେ ୩ ଫୁଟରୁ ଅଧିକ ପାଣି ଚାଲୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୀରାକୁଦ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ପ୍ରାୟ ୬ ଲକ୍ଷ ୩୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୦ଟି ଗେଟ୍ ଦେଇ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହି ବନ୍ୟା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସହ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ଜଳମଗ୍ନ ହେବ । ଅନ୍ୟପକ୍ଷେ ମହାନଦୀର ଶାଖା ନଦୀ - କାଠଯୋଡ଼ି, କୁଆଖାଇ, ଦୟା, ଭାର୍ଗବୀ, ଦେବୀ, ଲୁଣା, କରାଣ୍ଡିଆ, ରାଜୁଆ ଓ କନ୍ଦଳ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଗକୁ ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ଏବଂ ଜଗତସିଂହପୁରର ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ।

ତେବେ ଆଶ୍ବସ୍ତିର କଥା ହେଉଛି ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ସାଳନ୍ଦୀ ନଦୀର ପାଣି କମିଛି । ବ୍ରାହ୍ମଣୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକରେ ମଧ୍ୟ ପାଣି କମିଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।