Mahanadi Issue: ଛତିଶଗଡ଼ ସହ ଚାଲିଛି ଆଲୋଚନା, ଖୁବ୍ଶୀଘ୍ର ହେବ ସମାଧାନ

Key Points
ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ ।
ବିଗତ ସରକାର ସେ ଦିଗରେ ଚିନ୍ତା କଲାନି ତେଣୁ ଓଡ଼ିଶା ଆଜି ଏଭଳି ସ୍ଥିତିରେ ରହିଛି ।
ଖୁବ୍ଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ମହାନଦୀ ଜଳବିବାଦର ସମାଧାନର ବାଟ ଖୁବ ଶୀଘ୍ର ବାହାରିବ । ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ସମାଧାନ ହେବ । ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି । ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ । ବିଗତ ସରକାର ସେ ଦିଗରେ ଚିନ୍ତା କଲାନି ତେଣୁ ଓଡ଼ିଶା ଆଜି ଏଭଳି ସ୍ଥିତିରେ ରହିଛି ।
ମହାନଦୀ ଜଳ ବିବାଦ ଓଡ଼ିଶାର ପ୍ରଗତି ଓଡ଼ିଶାର ଉନ୍ନତି ସହ ଜଡ଼ିତ । ୨୦୧୭ ମସିହାରେ ଛତିଶଗଡ଼ ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଛି । ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି । ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି । ଏଣେ ପୂର୍ବର ଓଡ଼ିଶା ସରକାର ଦୀର୍ଘ ବର୍ଷ ଶାସନରେ ରହିଥିବା ବେଳେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିନାହାନ୍ତି । କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଥିଲେ।
ପୂବର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ହେବ । ଏନେଇ ଛତିଶଗଡ଼ ସରକାରଙ୍କ ସହ ୨ ଥର ଆଲୋଚନା ହୋଇସାରିଛି । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଏହାର ସମାଧାନ ଦିଗରେ ପଦକ୍ଷେପ ମଧ୍ୟ ନିଆଯାଇଛି । ମହାନଦୀ ଓଡ଼ିଶାର ଜୀବନ ରେଖା ।