Mahanadi Water Dispute / ଟ୍ରିପଲ୍ ଇଞ୍ଜିନ୍ ସରକାରରେ ବାହାରିଲା ସମାଧାନର ବାଟ
·1 month ago·2 min read

Key Points
ଆଗରୁ କେବଳ ରାଜନୈତିକ ପ୍ରସଙ୍ଗ ସାଜିଥିଲା ମହାନଦୀ ବିବାଦ
କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟ ଭିତରେ ହେଲା ସହମତି
କିନ୍ତୁ କେଉଁ ଭିତ୍ତିରେ ହେବ ସମାଧାନ ?
ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପାଣି ଛାଡିବ ଛତିଶଗଡ଼ ?

ଭୁବନେଶ୍ଵର: ୩ ମାସ ମଧ୍ୟରେ ମହାନଦୀ ବିବାଦରେ ସମାଧାନ । ରାଜ୍ୟରେ ଟ୍ରିପଲ୍ ଇଞ୍ଜିନ୍ ସରକାର ଆସିବା ପରେ ହୁଏତ ଏହା ହେବ ସବୁଠୁ ବଡ଼ ଉପଲବ୍ଧି । ହେଲେ ଗଠନ ହୋଇଥିବା କମିଟି ଟ୍ରିବୁନାଲରେ କ'ଣ ରିପୋର୍ଟ ଦାଖଲ କରିବ । ଓଡ଼ଶା ଚାଷୀଙ୍କୁ ନ୍ୟାୟ ମିଳିବ ନା ନାହିଁ । ବିଶେଷ କରି ଅଣ ମୌସୁମୀ ସମୟରେ ଛତିଶଗଡ଼ କେତେ ପାଣି ଛାଡିବାକୁ ରାଜି ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ମହାନଦୀରେ ବନ୍ୟା ଭିତରେ ଦିଲ୍ଲୀରୁ ଆସିଛି ବଡ଼ ଆଶ୍ଵସ୍ତିର ଖବର । ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ବିବାଦରେ ଅନ୍ତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇଲେବୁଲ ବୈଠକରେ ଏକାଠି ବସିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।
ଏଥିସହ ପଢ଼ନ୍ତୁ: ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳରେ ସତର୍କତା ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ SRCଙ୍କ ନିର୍ଦ୍ଦେଶ
ନିଷ୍ପତ୍ତି ଅନୁସାରେ, କେନ୍ଦ୍ର ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏହି କମିଟି ୩ ମାସ ମଧ୍ୟରେ ଟ୍ରିବୁନାଲକୁ ରିପୋର୍ଟ ପ୍ରଦାନ କରିବ । ଉଭୟ ରାଜ୍ୟର କୃଷକଙ୍କ ସ୍ଵାର୍ଥକୁ ଆଖି ଆଗରେ ରଖି ଜଳ ପରିଚାଳନାକୁ ପ୍ରାଥମିକତା ଦିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଉଛି, ଉଭୟ ରାଜ୍ୟ ଭିତରେ ସହମତି ହେଲେ କେଉଁ ଆଧାରରେ ହେବ ଜଳ ପରିଚାଳନା । ଓଡ଼ିଶାକୁ ତାର ହକ୍ ମିଳିବ ତ ? ଅଣମୌସୁମୀ ସମୟରେ ଶୁଖିଲା ପଡୁଥିବା ମହାନଦୀରେ କେତେ ପାଣି ଛାଡିବ ଛତିଶଗଡ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ନିକଟରେ ୩୯ ବର୍ଷର ତଥ୍ୟକୁ ଆଧାର କରି ମହାନଦୀର ହାରାହାରି ଜଳ ପ୍ରବାହ ବାବଦରେ ତଥ୍ୟ ରଖିଥିଲେ ରାଜ୍ୟ ସରକାର । ଟ୍ରିବୁନାଲଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ ବାର୍ଷିକ ହାରାହାରି ୩୨.୮୩ ମିଲିୟନ ଏକର ଫୁଟ୍ ଜଳ ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ଆସୁଥିବା ବେଳେ ସେଥିରୁ ୨୭.୭୬ ମିଲିୟନ ଏକର ଫୁଟ୍ ଜଳ କେବଳ ଛତିଶଗଡରୁ ଆସୁଛି ।
କମ୍ ବର୍ଷା ଅବା ମରୁଡ଼ି ସମୟରେ ୯୦ ପ୍ରତିଶତ ନିର୍ଭରଶୀଳତା ପରିସ୍ଥିତିରେ କିନ୍ତୁ ହୀରାକୁଦକୁ ଛତିଶଗଡ଼ରୁ ଜଳ ପ୍ରବାହ କମୁଛି । ଯାହାକି ମାତ୍ର ୨୧. ୮୨ ମିଲିୟନ ଏକର ଫୁଟ୍ । ସେହିପରି ନରାଜ ପାଖକୁ ବାର୍ଷିକ ହାରାହାରି ୫୬.୨୯ ମିଲିୟନ ଏକର ଫୁଟ୍ ଜଳ, ମହାନଦୀ ବେସିନ କ୍ୟାଚମେଣ୍ଟ ଏବଂ ଚିଲିକା ଯାଏ ୬୨.୩୬ ମିଲିୟନ ଏକର ଫୁଟ୍ ଜଳ ପ୍ରବାହିତ ହେଉଛି ।
ଏଥିସହ ପଢ଼ନ୍ତୁ: ବନ୍ୟାରେ ପ୍ରଭାବିତ ୮ ଲକ୍ଷ ଲୋକ; କାଲି ବନ୍ୟା ପ୍ଳାବିତ ୪ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ମତରେ ଅଣମୌସୁମୀ ସମୟରେ ହୀରାକୁଦରେ ଛତିଶଗଡ଼ ୨ ମିଲିୟନ୍ ଏକର ଫୁଟ ଏବଂ ଛତିଶଗଡ଼ ସୀମାରେ ୧.୭୪ ମିଲିୟନ୍ ଏକର ଫୁଟ୍ ପାଣି ଛାଡ଼ିବା ଦରକାର । ବଡ଼ କଥା ହେଉଛି, ଟ୍ରିବୁନାଲ ଗଠନର ପ୍ରାୟ ୮ ବର୍ଷ ପରେ ଦୁଇ ରାଜ୍ୟ ଜଳର ମାପକୁ ନେଇ ସହମତି ପ୍ରକାଶ କରିଥିବାରୁ ପ୍ରଥମ ପ୍ରତିବନ୍ଧକ ଦୂର ହୋଇଥିଲା। ଏବେ କେଉଁ ଭିତ୍ତିରେ ସହମତି ହେଉଛି ତା ଉପରେ ନଜର ।

Related Topics
Explore more stories