Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରତାପ ଜେନାଙ୍କର କାହିଁକି କଟିଲା ଟିକଟ ?

Odisha

ପ୍ରତାପ ଜେନାଙ୍କର କାହିଁକି କଟିଲା ଟିକଟ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରତାପ ଜେନାଙ୍କର କାହିଁକି କଟିଲା ଟିକଟ ?

Key Points

  • ମାହାଙ୍ଗାରେ ପ୍ରତାପଙ୍କର ଚଳିବନି ରାଜୁତି
  • ବିବାଦ ପରେ କଟିଲା ପ୍ରତାପଙ୍କର ଟିକଟ
  • ଏବେ ପ୍ରତାପ କରିବେ କଣ?

ଅର୍ଗସ ବ୍ୟୁରୋ: ପ୍ରତାପ ଜେନାଙ୍କର କମୁଛି କାଟତି । ମାହାଙ୍ଗାରେ ଆଉ ତାଙ୍କର ଚଳିବନି ରାଜୁତି । ଲଗାତାର ନିର୍ବାଚିତ ହୋଇ ଆସୁଥିବା ପରେ ବି ଏଥର କିନ୍ତୁ ଦଳ ତାଙ୍କୁ ଟିକଟ ଦେଇନି । ତାଙ୍କ ବଦଳରେ ଏଥର ମଇଦାନକୁ ଓହ୍ଲାଇଛନ୍ତି ପୁଅ ଅଙ୍କିତ ପ୍ରତାପ ଜେ ନା । କିନ୍ତୁ ହଠାତ୍‌ ପ୍ରତାପଙ୍କର କାହିଁକି ଟିକଟ କଟିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । କୁହାଯାଉଛି କି , ବାରମ୍ବାର ବିବାଦୀୟ ହେବା ପରେ ହିଁ ତାଙ୍କୁ ଦିଆଯାଇଛି ଶାସ୍ତି ।

ଶାସ୍ତି ପାଇଲେ କି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା । କାରଣ ଥରେ କି ଦୁଇଥର ନୁହେଁ ବରଂ ଅନେକ ବାର ବିବାଦୀୟ ହୋଇଥିଲେ, ଦଳର ଛବିକୁ ଖରାପ କରିଥିଲେ । ସେଇଥି ଲାଗି ପ୍ରତାପଙ୍କ ସାଇଡ୍‌ କରିବାକୁ ଅଙ୍କ କଷିଥିଲେ ଶଙ୍ଖ ଦଳର ଛାମୁଆ ନେତା । ଅବଶ୍ୟ ଏନେଇ ଦଳୀୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ହେଲେ ବି ବିବାଦୀୟ ହେବା ପରେ ହିଁ ଟିକଟ କଟିଲା ବୋଲି କୁହାଯାଇଛି । 
କଣ ଥିଲା ମାହାଙ୍ଗା ଡବଲ ମର୍ଡର ମାମଲା ?

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ତତ୍କାଳୀନ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କର ସଂପୃକ୍ତି ରହିଥିଲା । ମାମଲା ଯାଇ ପହଞ୍ଚିଥିଲା କୋର୍ଟରେ । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ  ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ଯାହାର ଶୁଣାଣି ପ୍ରକ୍ରିୟା ଚାଲିଥିଲା ଭୁବନେଶ୍ୱର ସ୍ପେଶାଲ୍ କୋର୍ଟରେ । କିନ୍ତୁ ପ୍ରତାପଙ୍କ ବିରୋଧରେ ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇନଥିଲା ଦଳ । ହିଂସା ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଥା କହୁଥିବା ରାଜ୍ୟ ସରକାର ପୂର୍ବରୁ ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସତ ହେଲେ ସେତେବେଳେ କିନ୍ତୁ କଲେନି । ସ୍ଥିତି ଏମିତି ହେଲା ଯେ ଜନବିରୋଧୀ ହେବା ପରେ ବି ପ୍ରତାପଙ୍କୁ ଘଣ୍ଟ ଘୋଡ଼ାଇଥିଲେ ନବୀନ ? ହେଲେ ଏବେ ଆକ୍ସନ ନେଇଥିବା ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ହତ୍ୟା ଓ ଅଶାଳୀନ ବ୍ୟବହାର ଆଦି ମାମଲାରେ ଛନ୍ଦି ହୋଇ ରହିଛନ୍ତି ପ୍ରତାପ । ବାରମ୍ବାର ବିବାଦ ଘେରକୁ ଆସିବା ପରେ ବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରିନଥିଲା ଦଳ । ହେଲେ ଏଥର ଟିକଟ ନଦେବାକୁ ନେଇ ବଢିଲାଣି ଚର୍ଚ୍ଚା ।
 

Sponsored
BJD Supremo Naveen Patnaik | Argus News