Videos
|
Odisha

Lord Jagannath / ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ସ୍ନାନ ଜଳ... ରୋଗ ହରେ ମହାପ୍ରଭୁଙ୍କ ସ୍ନାନ ଜଳ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ସ୍ନାନ ଜଳ... ରୋଗ ହରେ ମହାପ୍ରଭୁଙ୍କ ସ୍ନାନ ଜଳ
Lord Jagannath

Key Points

  • ମହାପ୍ରଭୁଙ୍କ ସ୍ନାନ ଜଳର ମାହାତ୍ମ୍ୟ
  • ୧୦୮ ଗରା ଜଳରେ ସ୍ନାନ କଲେ ସାଆନ୍ତେ
  • ସ୍ନାନ ଜଳ ପାଇଁ ଭକ୍ତଙ୍କ ଅପେକ୍ଷା
  • ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ସ୍ନାନ ଜଳ

  • ସରିଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଆଖି ପୁରେଇ ସାଆନ୍ତେଙ୍କ ଗାଧୁଆ ଦେଖିଲେ ଭକ୍ତ । ଆଉ ଘରକୁ ଗଲାବେଳେ ସାଙ୍ଗରେ ନେଲେ ଶ୍ରୀବିଗ୍ରହଙ୍କ ଅଙ୍ଗରୁ ନିଗିଡି ଆସିଥିବା ସ୍ନାନ ଜଳ । ମହାପ୍ରଭୁଙ୍କ ଏହି ସ୍ନାନ ଜଳର ମାହାତ୍ମ୍ୟ କାହିଁରେ କେତେ । ଯେ କୌଣସି ଭକ୍ତ ଏହି ପବିତ୍ର ଜଳ ଟିକେ ପାଇବାକୁ ଚାତକ ଭଳି ଅପେକ୍ଷା କରିଥାଏ ।

    ସ୍ତ୍ରୀ କିମ୍ବା ପୁରୁଷ ଯେଉଁ ବ୍ୟକ୍ତି ଭଦ୍ରାସନରେ ସ୍ଥିତ ହୋଇ ଭଗବାନଙ୍କ ସ୍ନାନସିକ୍ତ ଜଳରେ ସ୍ନାନ କରେ , ସେ ବ୍ୟକ୍ତି ଚିର ରୋଗାକ୍ରାନ୍ତ ହୋଇଥିଲେ ମଧ୍ୟ ଆରୋଗ୍ୟ ହୁଏ । ଅପମୃତ୍ୟୁକୁ ଜୟ କରିଥାଏ । ଯେଉଁମାନଙ୍କର ସନ୍ତାନ ହେଉନଥାଏ ସେମାନେ ସନ୍ତାନ ଲାଭ କରନ୍ତି । କୁଷ୍ଠରୋଗୀ ଯଦି ଭଗବାନଙ୍କ ସ୍ନାନ ଜଳକୁ ସର୍ବାଙ୍ଗରେ ଲେପନ କରିପାରେ, ତା ହେଲେ ତାର ସମସ୍ତ ରୋଗ ବି ନଷ୍ଟ ହୁଏ ।

    ମହାପ୍ରଭୁଙ୍କ ସ୍ନାନ ସମୟରେ ମଣିଷ ମନେ ମନେ ଯାହା ଚିନ୍ତା କରେ ବା ଯେଉଁ ବିଷୟରେ ଭାବେ ବିଷ୍ଣୁଙ୍କ ସ୍ନାନ ଅବଶେଷ ଜଳରେ ସ୍ନାନ କଲେ ସେ ସମସ୍ତ ଫଳ ଲାଭ ହୁଏ ବୋଲି କୁହାଯାଏ । ସେଥିପାଇଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ଆଉ ସ୍ନାନ ଜଳ ପାଇବା ଭାଗ୍ୟରେ ଥିଲେ ମିଳେ । ଏହି ୧୦୮ କଳସ ଜଳ ଶ୍ରୀମନ୍ଦିର ପରିସରରେ ଥିବା ସୁବର୍ଣ୍ଣ କୂଅରୁ କଢ଼ାଯାଏ। ଏହି ଜଳକୁ କର୍ପୂର, ଚନ୍ଦନ, ଅଗୁରୁ ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟରେ ପ୍ରସ୍ତୁତ କରାଯାଇଥାଏ ।

    ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସମସ୍ତ ନୀତିକାନ୍ତି ମୂଳରେ ରହିଛି ଜଗତମଙ୍ଗଳ। ତେବେ ଏହି ନୀତିକାନ୍ତି ମଧ୍ୟରୁ ଅନ୍ୟତମ ସ୍ନାନ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରରେ ଏହା ପାଳନ କରାଯାଏ । ଉକ୍ତ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିନୀତିରେ ବେଦ ଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହାପରେ ଦିଅଁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ବର୍ଷକରେ ଥରେ ଦିଅଁ ସ୍ନାନ ମଣ୍ଡପରେ ଜଳସ୍ନାନ କରନ୍ତି ଏବଂ ଅନ୍ୟ ଦିନରେ କେବଳ ମନ୍ତ୍ର ସ୍ନାନ କରାଯାଏ ।

    ଦାରୁଦିଅଁଙ୍କ ଲୀଳାକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମି ଆଧାରିତ ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ମଧ୍ୟ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟ ଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନ ଲୀଳା କରିଥିଲେ ।
    ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେତେବେଳେ ସ୍ନାନ ମଣ୍ଡପ ନ ଥିବାରୁ ମଞ୍ଚ ନିର୍ମାଣ କରାଇ ତା ଉପରେ ସ୍ନାନ ବିଧି କରାଉଥିଲେ। ଅନେକେ ଶାସ୍ତ୍ରରେ ଏହାକୁ ମଞ୍ଚ ସ୍ନାନ ବୋଲି ଅଭିହିତ କରିଅଛନ୍ତି। ଶାସ୍ତ୍ର ଅନୁଯାୟୀ ୧୦୮ ସୁନା ଗରାରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ସମାପନ ହୋଇଥିଲା,ସେହି ଶାସ୍ତ୍ରୀୟ ମତାନୁସାରେ ଆଜିବି ସ୍ନାନ ଉତ୍ସବ ଅତି ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଉଛି ।

    ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ପ୍ରଭୁଙ୍କ ସମସ୍ତ ନୀତି କାନ୍ତି ସମ୍ପନ୍ନ ହେବାପରେ ସ୍ବଳ୍ପ ସମୟ ପାଇଁ ପହୁଡ଼ ନୀତି ହୋଇ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୁଏ। ଏହିଦିନ କୋଠ ସୁଆଁସିଆ ସେବକ ମନ୍ଦିରରେ ପ୍ରବେଶ କରି ଚାରମାଳ ବାନ୍ଧି, ଦିଅଁଙ୍କ ସେନାପଟା ଓ ବାହୁଟି ଲାଗି କରାନ୍ତି। ପରେ ରତ୍ନ ସିଂହାସନ ଉପରେ ମଙ୍ଗଳ ଆଳତି ହୁଏ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Lord Jagannath | Mahaprabhu Snana Jala: Divine Blessing And Healing | Argus News