Videos
|
Odisha

ଶ୍ରୀମନ୍ଦିରରେ ରକ୍ତଛିଟା ଯୋଗୁଁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

Rashmita Mishra
Browse all articles by Rashmita Mishra
·1 year ago
ଶ୍ରୀମନ୍ଦିରରେ ରକ୍ତଛିଟା ଯୋଗୁଁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

ଶ୍ରୀମନ୍ଦିରରେ ରକ୍ତଛିଟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ମହାପ୍ରଭୁଙ୍କର ହେଲା ମହାସ୍ନାନ। ଭିତରକାଠ ପାଖରେ ଡ୍ୟୁଟିରେ ଥିବା ଜଣେ OSAP ଜବାନଙ୍କ ଗୋଡ଼ରେ ଭଙ୍ଗା କାଚ ପଶିଯିବା ଯୋଗୁଁ ହୋଇଥିଲା ରକ୍ତସ୍ରାବ ।

ଏଣୁ ବିଧି ପରମ୍ପରା ଅନୁଯାୟୀ ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ତେବେ ଆଜି ମହାପ୍ରଭୁ ଦୁଇଥର ସ୍ନାନ କରିବେ। ପ୍ରଥମେ ଅବକାଶ ନିତି ରେ ମହାପ୍ରଭୁ ସ୍ନାନ କରିଥିଲେ । ଆଉ ଏବେ ମହାସ୍ନାନ ଯୋଗୁଁ ଆଉଥରେ ସ୍ନାନ କରିବେ। ସେପଟେ ଆଜି ମହାପ୍ରଭୁଙ୍କ ପଇତା ଲାଗି ନିତି ଯୋଗୁଁ ଅପରାହ୍ନ ପ୍ରାୟ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mahaprabhus-great-bath-ritual-due-to-blood-spatter-in-the-temple | Argus News