Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ପୂର୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ

Rashmita Mishra
Browse all articles by Rashmita Mishra
·1 year ago·1 min read
ସମ୍ପୂର୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ

ଅମୃତ ଅନ୍ନରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ । ସମ୍ପୂର୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ଏହି ଅମୃତ ଅନ୍ନ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେବ । ଏଣିକି ରାସାୟନିକଯୁକ୍ତ ଚାଉଳରେ ହେବନି ଅବଢ଼ା ମହାପ୍ରସାଦ । ମହାପ୍ରସାଦରେ ରାସାୟନିକ ମୁକ୍ତ ଚାଉଳ ଡାଲି ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଅର୍ଗାନିକ ଚାଉଳକୁ ପ୍ରୋତ୍ସାହନ ପାଇଁ ପ୍ରତି ପଞ୍ଚାୟତରେ ଖୋଲିବ ନୂଆ କ୍ଲଷ୍ଟର ।


ଖାଲି ଚାଉଳ ନୁହେଁ ଶ୍ରୀମନ୍ଦିରରେ ରାସାୟନିକ ମୁକ୍ତ ଡାଲି ,ପନିପରିବା ବ୍ୟବହାର ଉପରେ ମଧ୍ୟ ଦିଆଯିବ ଗୁରୁତ୍ଵ । ପ୍ରାରମ୍ଭିକ ପର୍ଯ୍ୟାୟର ମହାପ୍ରଭୁଙ୍କ କୋଠ ଭୋଗ ରେ ଲାଗିବ ଏହି ଅମୃତ ଅନ୍ନ। କୃଷି ଭବନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହଙ୍କ ସୁଆର ମହାସୁଆର ନିଯୋଗର ବୈଠକରେ ନିଷ୍ପତ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୫୦ ବର୍ଷ ତଳେ ଚାଲୁଥିବା ପରମ୍ପରା ରକ୍ଷା ହେବା ସହ ରାସାୟନିକ ଯୁକ୍ତ ଖାଦ୍ୟ ନଖାଇବା ନେଇ ସଚେତନ ହେବେ ଲୋକେ। ଏନେଇ ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି ପ୍ରିୟଦର୍ଶନ ମହାନ୍ତି ।

Sponsored
Mahaprabhu's Mahaprasad will be prepared using a completely organic method | Argus News