Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗନ୍ନାଥ ବଲ୍ଲଭ ମଠ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ମହାରାଜା ଦିବ୍ୟସିଂହ ଦେବ

Odisha

ଜଗନ୍ନାଥ ବଲ୍ଲଭ ମଠ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ମହାରାଜା ଦିବ୍ୟସିଂହ ଦେବ

Smruti Parija
Browse all articles by Smruti Parija
·2 years ago·1 min read
ଜଗନ୍ନାଥ ବଲ୍ଲଭ ମଠ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ମହାରାଜା ଦିବ୍ୟସିଂହ ଦେବ

ପୁରୀ:  ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିବ ତ ରତ୍ନଭଣ୍ଡାର ପ୍ରସଙ୍ଗ ? ନା ସବୁଥର ଭଳି ବିନା ରତ୍ନଭଣ୍ଡାର ପ୍ରସଙ୍ଗରେ ବୈଠକ ସାରିଦେବ ପ୍ରସାଶନ ? କାରଣ ରତ୍ନଭଣ୍ଡାର ଖୋଲିବା ନେଇ ସମୟ ଗଡାଇ ଚାଲିଛନ୍ତି ସରକାର।  ହାଇଲେଭଲ୍ କମିଟି ଗଠନ ନେଇ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାରଙ୍କୁ ଚିଠି ଲେଖୁନି ଶ୍ରୀମନ୍ଦିର ପ୍ରଶାସନ । ତେବେ ପରିଚାଳନା କମିଟି ବୈଠକ ପୂର୍ବରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । 

ଅଧିକ ପଢନ୍ତୁ: ରତ୍ନଭଣ୍ଡାର ପ୍ରସଙ୍ଗରେ ପୁରୀ ଗଜପତି ଦିବ୍ୟସିଂହ ଦେବ ରଖିଲେ ବିବୃତି

ଏହାସହ  ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରୁଛନ୍ତି । ସକାଳେ ପ୍ରଥମେ ଜଗନ୍ନାଥ ବଲ୍ଲଭରେ ହେଉଥିବା ମଲ୍ଟି ଲେଭଲ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, 3700 ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, 184ଟି ଦୋକାନ, 1420 କାର ପାର୍କିଂ, 200 ଦୁଇ ଚକିଆ ଯାନ କାର୍ଯ୍ୟର କରିଛନ୍ତି ସମୀକ୍ଷା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକଳ୍ପ ପ୍ରତିଷ୍ଠା , ପୂଜା ଓ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ଥିବାରୁ ତା ପୂର୍ବରୁ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି । ଡିସେମ୍ବର 15 ତାରିଖ ମଧ୍ୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖୁବଶୀଘ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ହେବ ଲୋକାର୍ପଣ ।


 

Argus Whatsapp Channel Mobile Top
Sponsored
Maharaja Dibyasingh Dev reviewed the progress of Jagannath Ballabh Math work | Argus News