ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କିଏ ହାତେଇବ କ୍ଷମତା। ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ରେଜଲ୍ଟ ଆସିବ। ମହାରାଷ୍ଟ୍ରର ୨୮୮ ଓ ଝାଡ଼ଖଣ୍ଡର ୮୧ ଆସନରେ ଭୋଟିଂ ହୋଇଥିଲା। ମହାରାଷ୍ଟ୍ରରେ ୪ ହଜାର ୧୩୬ ପ୍ରାର୍ଥୀ ଓ ଝାଡଖଣ୍ଡରେ ମୋଟ୍ ୧୨୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ମହାରାଷ୍ଟ୍ରରେ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ସେପଟେ ଝାଡଖଣ୍ଡରେ ଏଥର ହୋଇପାରେ ଓଲଟପାଲଟ...। ସେପଟେ ସବୁ ସଂସ୍ଥାର ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଦୁଇଟି ଯାକ ରାଜ୍ୟରେ ଆଗୁଆ ରହିଛି ବିଜେପି ମେଣ୍ଟ। ଉଭୟ ରାଜ୍ୟରେ ଏନଡିଏକୁ ବହୁମତ ମିଳୁଥିବା ଦର୍ଶାଯାଇଛି। ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୪୩ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩୮ ଆସନରେ ହୋଇଥିଲା ଭୋଟିଂ। ତେବେ ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ହୋଇଥିବା ମତଦାନ। ମହାରାଷ୍ଟ୍ରରେ ୪ ହଜାର ୧୩୬ ପ୍ରାର୍ଥୀଙ୍କ ଭାଗ୍ୟଫଳ ସମ୍ନାକୁ ଆସିବ । ଝାଡଖଣ୍ଡରେ ମୋଟ୍ ୧୨୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମହାରାଷ୍ଟ୍ରରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହୋଇଛି।
