Tiger in Debrigarh / ମହାରାଷ୍ଟ୍ରରୁ ଦେବ୍ରିଗଡ଼ ଆସିଛି ମହାବଳ ! ମିଳିଲା ପୂର୍ବ ଗତିବିଧିର ସୁରାକ୍
·1 hour ago·1 min read

Key Points
ଡେବ୍ରୀଗଡକୁ କେଉଁଠୁ ଆସିଲା ମହାବଳ?
ମହାରାଷ୍ଟ୍ରରୁ ଓଡ଼ିଶା ଚାଲିଆସିଥିବା ଅଧିକାରୀଙ୍କ ଅନୁମାନ
କ୍ୟାମେରା-ଟ୍ରାପ୍ ଫଟୋରୁ ଚିହ୍ନ ବିଶ୍ଳେଷଣ ସ୍ପଷ୍ଟ ହୋଇଥିବା ସୂଚନା

ସମ୍ବଲପୁର: ଦେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘର ମୂଳ ବାସସ୍ଥାନ ଓ ପୂର୍ବ ଗତିବିଧିକୁ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍। ମହାରାଷ୍ଟ୍ରରୁ ଏହି ବାଘଟି ଆସିଥିବା ଅନୁମାନ କରୁଛନ୍ତି ବନ ବିଭାଗର ଅଧିକାରୀ। ଛତିଶଗଡ଼ ବନ ବିଭାଗର କ୍ୟାମେରା-ଟ୍ରାପ୍ ଫଟୋରୁ ବାଘର ପରିଚୟ ଓ ପୂର୍ବ ଉପସ୍ଥିତି ସମ୍ପର୍କରେ ତଥ୍ୟ ମିଳିଛି।
ଗତ ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଏହି ଅଣ୍ଡିରା ବାଘକୁ ୨୦୨୫ ମସିହାରେ ପ୍ରାୟ ୬ ମାସ ଧରି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଦେଖାଯାଇଥିଲା। ସେଠାକାର ଅଧିକାରୀଙ୍କ କ୍ୟାମେରା-ଟ୍ରାପ୍ ଫଟୋ ସହ ଦେବ୍ରିଗଡ଼ରେ ଠାବ ହୋଇଥିବା ବାଘର ଶରୀରର ଚିହ୍ନ ଓ ଧାରୀକୁ ମିଳାଇ ଏହି ପରିଚୟ ସ୍ପଷ୍ଟ ହୋଇଛି।
ତେବେ ବାଘଟି ମହାରାଷ୍ଟ୍ରରୁ ଛତିଶଗଡ଼ ଦେଇ ଓଡ଼ିଶାକୁ ଆସିଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଯାତ୍ରାପଥ ସମ୍ପର୍କରେ ଏଯାଏଁ ଠୋସ୍ କ୍ୟାମେରା-ଟ୍ରାପ୍ ପ୍ରମାଣ ମିଳିନାହିଁ। ବାଘର ପୂର୍ବ ଗତିବିଧି ଓ ପ୍ରବାସ ଇତିହାସ ଜାଣିବା ପାଇଁ ଅଧିକ ତଥ୍ୟ ବିଶ୍ଳେଷଣ କରାଯାଉଛି।
ପଢନ୍ତୁ ଏହି ଖବର: କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)କୁ ତଥ୍ୟ ଯୋଗାଇବା ପାଇଁ ଦେବ୍ରିଗଡ଼ ପକ୍ଷରୁ ଅନୁରୋଧ କରାଯାଇଛି। ହୀରାକୁଦ ୱାଇଲ୍ଡଲାଇଫ୍ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ଏହି ସୂଚନା ଦେଇଛନ୍ତି। ମହାବଳର ଗତିବିଧି ଓ ଦୀର୍ଘ ଦୂରତାର ପ୍ରବାସ ଇତିହାସ ଜାଣିବାକୁ ଏବେ ବନ ବିଭାଗର ତଦନ୍ତ ଜାରି ରହିଛି।
Related Topics
Explore more stories