Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ

Odisha

ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ

Smruti Parija
Browse all articles by Smruti Parija
·1 year ago·2 min read
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ

ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ସପ୍ତମୀରେ ଆଜି ନବପତ୍ରିକା ପୂଜା ସହିତ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଲାଗି ଚକ୍ଷୁ ଦାନ କରାଯାଇଛି । ଘଟ ସ୍ଥାପନ କରାଯାଇ ନବପତ୍ରିକା ପୂଜା ସହିତ ମାଆଙ୍କୁ ଆବାହନ କରାଯାଇଥିଲା । କଟକରେ ମହା ସପ୍ତମୀ ପୂଜା ଏବଂ ସୁନା, ଚାନ୍ଦି ମେଢ଼ ଦେଖିବାକୁ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ପୋଲିସ କମିଶନର ଏବଂ ଡିସିପି ।

ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସୀମାନ୍ତ ବୋଲଗଡ଼ ବ୍ଲକ ମାଣିକାଗୋଡା ଗାଁରେ ଦଶହରା ପର୍ବ ଧୁମଧାମରେ ଚାଲିଛି । ଏଠି ଦେଖିବାକୁ ମିଳେ ଭାଇଚାରାର ପ୍ରତୀକ । ବୈଦିକ ବ୍ରାହ୍ମଣ ମୁସଲମାନ ଦଳବେହେରାଙ୍କ ହାତରେ କୁଶ ବଟୁ ପିନ୍ଧାଇ ହୋମରେ ଘୃତ ଅର୍ଘ ଦେଇଥାଆନ୍ତି । ଯାହାକି ସମଗ୍ର ବିଶ୍ବରେ ଅନନ୍ୟ । 4 ଦିନ ରହଣି ଭିତରେ ମାଆଙ୍କ କ୍ଷେତ୍ରରେ ଭୋଗ ଲାଗି ସରଞ୍ଜାମ ମୁସଲମାନ ଦଳବେହେରା ବହନ କରିଥାଆନ୍ତି ।

ଭଦ୍ରକରେ ଧୁମଧାମରେ ପାଳିତ ହେଉଛି ମାଆଙ୍କ ପୂଜା । ବନ୍ତ ସ୍ଥିତ ଦୁର୍ଗା ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି  l ପୂଜା ପାଉଛନ୍ତି ମାଆ ଦଶଭୂଜା l ଦାଣ୍ଡ ପୁଷ୍କରିଣୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ସହ ମାଆଙ୍କୁ ଚକ୍ଷୁଦାନ କରାଯାଇଛି l 

ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ କୁଆଁରୀ ପାଟଣା ନାମରେ ପରିଚିତ ପାଟଣାଗଡ଼ ସହରରେ ଚାଲିଛି ସାରଦୀୟ ମାହୋଲ । ଦେବୀ ପୀଠମାନଙ୍କରେ ଶୋଡ଼ଷ ଉପଚାର ପୂଜା । ମଣ୍ଡପରେ ଆରମ୍ଭ ହୋଇଛି ଜଗତ ଜନନୀ ଦୁର୍ଗାଙ୍କ ପୂଜା । ଦିନବେଳେ ବିଭିନ୍ନ ଦେବୀ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନେ ଭିଡ ଲଗାଇଥିବାବେଳେ ସଂଧ୍ୟା ହେଲେ ଆଳତୀ ପାଇଁ ଲାଗୁଛି ଭକ୍ତଙ୍କ ଗହଳି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ବରୀ ଠାକୁରାଣୀଙ୍କ ନବରାତ୍ର ପୂଜାର ସପ୍ତମୀ ପୂଜା ଆରମ୍ଭ ହୋଇ ସୁନାବେଶରେ ପୂଜିତ ହୋଇଛନ୍ତି ମାଆ । ନବଦିନାତ୍ମକ ପୂଜାର ପ୍ରଥମ ଦିବସରୁ  ପୂଜାପାଠ, ହୋମଯଜ୍ଞ, ଅନ୍ନଯଜ୍ଞ ଓ  ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା । 

କେବଳ ଉପକୂଳ ନୁହେଁ ଦୁର୍ଗମ ଅଞ୍ଚଳରେ ପୂଜା ପାଉଛନ୍ତି ମାଆ । ୧୯୬୭ ମସିହାରେ ଆରମ୍ଭ ହୋଇଥିବା ମାଆ ଦୁର୍ଗାଙ୍କ ପୂଜା ଏବେ ବି  ସୁନ୍ଦରଗଡ ଜିଲ୍ଲା କୋଇଡା ମହକୁମାରେ ପୂଜା ହେଉଛନ୍ତି । 

ଏଥର ଦୁର୍ଗା ପୂଜା ମେଢ଼ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର, କଟକ ଓ କେନ୍ଦୁଝରରେ ବିଭିନ୍ନ ମେଢ଼ ବୁଲି ମାଆଙ୍କ ଦର୍ଶନ କରିବେ । 11 ତାରିଖ ମହାଷ୍ଟମୀ ଦିନ ଭୁବନେଶ୍ବର, 12 ତାରିଖ ମହାନବମୀ ଦିନ କଟକରେ ମା ଦୁର୍ଗାଙ୍କ ଆଶୀର୍ବାଦ ନେବେ । ସେହିଦିନ ଅପରାହ୍ନ 4ଟାରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । 13 ତାରିଖ ଦିନ ନିଜ ଜିଲ୍ଲାରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।

 

Painting
Sponsored
mahasaptami-rituals-held-in-all-pitha-of-odisha | Argus News