Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ମହାଶିବରାତ୍ରି, ଉତ୍ସବ ମୁଖର ଶୈବ ପୀଠ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ମହାଶିବରାତ୍ରି, ଉତ୍ସବ ମୁଖର ଶୈବ ପୀଠ

ଭୁବନେଶ୍ୱର:  ଆଜି ପବିତ୍ର ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ପ୍ରଭାତ ୩ଟାରେ ପହଡ଼ ଖୋଲିବା ସହ ୩ଟା ୩୦ରେ ହୋଇଛି ମଙ୍ଗଳ ଆଳତୀ ପରେ ଦର୍ଶନ ଆରମ୍ଭ ହୋଇଛି । ଦିନ 11ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରିପାରିବେ ଭକ୍ତ। ରାତି 10ଟାରେ ଉଠିବ ମହାଦୀପ। ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲୋକନାଥଙ୍କ ପୀଠରେ ଗତକାଲିଠାରୁ ପ୍ରଜ୍ବଳିତ ହୋଇଛି ସବୁଠାରୁ ବଡ଼ ଅଖଣ୍ଡ ଦୀପ । ସେହିପରି ବାବା ଧବଳେଶ୍ବର ପୀଠରେ ୪ ପ୍ରହର ପୂଜା ପରେ ରାତି ଗୋଟାଏରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।


ପୋଲିସ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ବାବା ଆଖଣ୍ଡଳମଣିଙ୍କ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ ହୋଇଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahashivratri, celebrated on February 26, honors Lord Shiva. This significant Hindu festival occurs annually in the Falgun month, with devotees observe fast on | Argus News