Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ ଅନେକ କାମ କରିଥିଲେ ମହତାବ'

Odisha

'ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ ଅନେକ କାମ କରିଥିଲେ ମହତାବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
'ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ ଅନେକ କାମ କରିଥିଲେ ମହତାବ'

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସମ୍ବୋଧନ । ଆଧୁନିକ ଓଡ଼ିଶା ନିର୍ମାଣରେ ମହତାବଙ୍କ ଅବଦାନ ଥିଲା ଅତୁଳନୀୟ । ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କରିଥିଲେ କାମ । ହୀରାକୁଦ ବନ୍ଧ ନିର୍ମାଣ କ୍ଷେତ୍ରରେ ନିଭାଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା। ଶିକ୍ଷା ମଣିଷ ସମାଜ ପାଇଁ ନିତାନ୍ତ ଆବଶ୍ୟକ । ଶିକ୍ଷାର ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଥିଲେ ମହତାବ । ଶିକ୍ଷା ଦ୍ବାରା ହିଁ ନିଜ ବ୍ୟକ୍ତିତ୍ବର ନିର୍ମାଣ ହୁଏ । କେତେ ଦିନ ବଞ୍ଚିବ ବଡ଼ କଥା ନୁହେଁ, କଣ କରିଛ ତାହା ବଡ଼ କଥା । ମହତାବଙ୍କ ଜୀବନୀ, ଲେଖନୀ ଓ ଦୂରଦୃଷ୍ଟିରୁ ଏହି ଶିକ୍ଷା ମିଳେ । ମହତାବଙ୍କ ଜୀବନୀ ଦେଶ ପାଇଁ ପ୍ରେରଣା ।


ଆଜି ଦିଲ୍ଲୀରୁ ସ୍ଵତନ୍ତ୍ର ବିମାନ ଯୋଗେ ଗଡକରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହା ପରେ କଟକ ଗସ୍ତରେ ଯାଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସେମିନାରରେ ମେମୋରିଆଲ ଲେକ୍ଚର "Infrastructure Development and Odisha" ବିଷୟ ବସ୍ତୁ ଉପରେ ନିଜର ମତ ରଖିଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାପରେ କଟକରୁ ଭୁବନେଶ୍ଵର ଫେରି ଅପରାହ୍ନ ୧.୪୫ ରେ ମଞ୍ଚେଶ୍ୱର ସ୍ଥିତ "World Skill Centre"କୁ ପରିଦର୍ଶନ କରିଥିଲେ । ସେହିପରି ଅପରାହ୍ନ ୨.୪୦ରେ କିସ୍‌ରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩.୧୫ରେ ହୋଟେଲ ମେଫେୟାର ଲାଗୁନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଓଡିଶାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ। ଏହା ପରେ ଅପରାହ୍ନ ୪.୩୦ରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଏହି ଅବସରରେ ଚାରି ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ସେଥିମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି ସିଆରଆଇଏଫ ବ୍ରିଜ ୪୨୭ କୋଟି ଟଙ୍କାର ଶିଳାନ୍ୟାସ କରାଯିବ। ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ।



ତେବେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨୮,୨୫୧ କୋଟି ଟଙ୍କା ବ୍ୟୟରେ ୪,୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ପୂର୍ବ ସରକାର ତୁଳନାରେ ସାତ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ଚାରି ଗୁଣ ଅଧିକ ରାସ୍ତା ତିଆରି ହେଇଛି।

ପ୍ରାୟ ୨୪ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୧୩ କିଲୋମିଟର ଲମ୍ବ କୋଷ୍ଟାଲ ହାଇୱେ ଉପକୂଳ ଅଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବ। ଚଣ୍ଡିଖୋଲ ଦେଇ ୩୦୦ କିଲୋମିଟର ଦୀର୍ଘ ପାରାଦୀପ-ବଡ଼ବିଲ ଅର୍ଥନୈତିକ କରିଡର ଓଡ଼ିଶାର ଖଣିଜ ଓ ଶିଳ୍ପାଞ୍ଚଳକୁ ବନ୍ଦର ଓ ରେଳ ଧାରଣା ସହ ସଂଯୋଗ କରିବ। ଭାରତମାଳା ପରିଯୋଜନାରେ ଓଡ଼ିଶାରେ ୬,୦୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି ।

୯ ହଜାର କୋଟି ବ୍ୟୟରେ ୫୫ ନମ୍ବର ଜାତୀୟ ରାଜପଥରେ କଟକ-ଅନୁଗୁଳୁ-ସମ୍ବଲପୁରର ରାସ୍ତାର ସମ୍ପ୍ରସାରଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଓଡିଶାକୁ ମିଳିଛି ୯ ହଜାର ୬୮୮ କୋଟି ଟଙ୍କା, ନିର୍ମାଣ ହୋଇଛି ୧୬,୬୭୪ କିମିର ଗ୍ରାମ୍ୟ ସଡ଼କ । ସେହିପରି ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଅର୍ଥନୈତିକ କରିଡର ମୁଖ୍ୟତଃ ଓଡ଼ିଶାର ମାଓ ପୀଡ଼ିତ ନବରଙ୍ଗପୁର ଓ କୋରାପୁଟ ଦେଇ ଯିବ, ଯାହା ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ବରଦାନ ସାବ୍ୟସ୍ତ ହେବ। ପ୍ରାୟ ୨ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦରେ ଜାତୀୟ ରାଜପଥ ନଂ. ୨୦୦ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନ ଏବଂ ଜାତୀୟ ରାଜପଥ ନଂ.୧୬ ଅନ୍ତର୍ଗତ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ଭଦ୍ରକ ସେକ୍ସନର ଲୋକାର୍ପଣ ହୋଇଛି।

Sponsored
'Mahattab did a lot of work for infrastructure construction, irrigation and education' | Argus News