ଦୀର୍ଘ ୨୫ ବର୍ଷ ପରେ ଜେଲରୁ ମୁକ୍ତି ପାଇଲେ ମହେନ୍ଦ୍ର ହେମ୍ରମ୍
·1 year ago

ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନସ୍ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହର ସହଯୋଗୀ ମହେନ୍ଦ୍ର ହେମ୍ରମଙ୍କୁ ମିଳିଲା ମୁକ୍ତି । କାରାଦଣ୍ଡ ସମୟରେ ଆଚରଣ ଉତ୍ତମ ଥିବାରୁ ମୁକ୍ତି ପାଇଁ ସରକାର କରିଥିଲେ ସୁପାରିସ । ମହେନ୍ଦ୍ର ହେମ୍ବ୍ରମ୍ 2000 ମସିହାରୁ ଦୀର୍ଘ 25 ବର୍ଷ ଧରି ଆଜୀବନ ସଜା କାଟୁଥିଲେ। 1999 ମସିହା ଜାନୁଆରୀ 22 ତାରିଖ ରାତିରେ ଆନନ୍ଦପୁର ଥାନା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନସ୍ ଏବଂ ତାଙ୍କର ୨ ପୁଅ ଫିଲିପ୍ ଏବଂ ତିମୋତିଙ୍କ ସହ ଗାଡ଼ିରେ ଶୋଇଥିବାବେଳେ ଦୃର୍ବୁତ୍ତମାନେ ଗାଡ଼ିରେ ନିଆଁ ଲଗାଇ ଦେବାରୁ 3 ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ମାମଲାରେ ଦାରା ସିଂହ ଏବେ ସଜା କାଟୁଥିବା ବେଳେ, ମହେନ୍ଦ୍ର ହେମ୍ବ୍ରମ ଜେଲରୁ ମୁକ୍ତି ପାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
