Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହୋଦଧି ଦିବସ: ଆକର୍ଷଣୀୟ ହେବ ସମୁଦ୍ର ଜଳରେ କ୍ରୀଡା କୌଶଳ  

Odisha

ମହୋଦଧି ଦିବସ: ଆକର୍ଷଣୀୟ ହେବ ସମୁଦ୍ର ଜଳରେ କ୍ରୀଡା କୌଶଳ  

Smruti Parija
Browse all articles by Smruti Parija
·1 year ago·1 min read
ମହୋଦଧି ଦିବସ: ଆକର୍ଷଣୀୟ ହେବ ସମୁଦ୍ର ଜଳରେ କ୍ରୀଡା କୌଶଳ  

ପୁରୀ: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଡିସେମ୍ବର ୧୦ ତାରିଖରୁ ୧୨ ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ ହେବ ମହୋଦଧି ଦିବସ । ସେଥିପାଇଁ ଗତ ନଭେମ୍ବର 26 ତାରିଖରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଠାରେ ମହୋଦଧୀ ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଥିଲେ। 

ଏହି ଉପଲକ୍ଷେ ବିଚ୍ ଆଣ୍ଡ ଓସେନ୍ ସ୍ପୋର୍ଟ୍ସ କାର୍ଣ୍ଣିଭାଲ ଆୟୋଜିତ ହେବ । ଅନୁଷ୍ଠିତ ଉତ୍ସବ ପାଇଁ ପୁରୀ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଉତ୍ସବରେ ୧୦ଟି ଦେଶରୁ ୩୫ଟି ଆନ୍ତର୍ଜାତୀୟ ପ୍ରତିନିଧି ଯୋଗଦେବେ  । ସମୁଦାୟ ୬୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ  । ଚଳିତବର୍ଷ  ଆମେରିକାର ଯୋନାଥାନ ରବିନସନଙ୍କୁ ମହୋଦଧି ସମ୍ମାନରେ ସମ୍ମାନିତ କରାଯିବ  ।ସବୁଠାରୁ ଆକର୍ଷଣୀୟ ହେବ ଚିତ୍ରକଳା ପ୍ରଦର୍ଶନୀ ,ସାଂସ୍କୃତିକ କାର୍ଯ୍ୟକ୍ରମ, ବିଚ୍ ସ୍ପୋର୍ଟ୍ସ ଓ ସମୁଦ୍ର ଜଳରେ କ୍ରୀଡା କୌଶଳ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mahodadhi-divas-to-be-held-on-december-10-to-12 | Argus News