Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

Odisha

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ଅର୍ଗସ ବ୍ୟୁରୋ: ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ୍‌ର ତନାଘନା ପରେ ଲଳିତ ଝା ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲଳିତଙ୍କୁ ଗିରଫ କରିଛି ପୁଲିସ୍ ।

ସଂସଦ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ଲାଗି ୧୮ ମାସ ତଳୁ ସେ ଯୋଜନା କରିଥିବା ସୂଚନା ମିଳିଛି। ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ଏଭଳି କାଣ୍ଡ ଲାଗି ସେ ହିଁ ତାରିଖ ସ୍ଥିର କରିଥିଲା। ବିହାର ବାସିନ୍ଦା ଲଳିତ କୋଲକାତାରେ ରହି ଶିକ୍ଷକତା କରୁଛି। ସେ ଏକ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ସହିତ କୌଣସି ଆତଙ୍କବାଦୀ ସଂଗଠନର ହାତ ଥିବାର ବର୍ତ୍ତମାନ ସୁଦ୍ଧା ପ୍ରମାଣ ମିଳିନାହିଁ ବୋଲି ପୁଲିସ ସୂଚନା ଦେଇଛି। ଏଭଳି ହଟଚମଟ ସୃଷ୍ଟି କରିବା ପୂର୍ବରୁ ସମସ୍ତଙ୍କ ମୋବାଇଲ ଫୋନ ଲଳିତ ନିଜ ପାଖରେ ରଖିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Main conspirator Lalit Mohan Jha arrested by Delhi Police | Argus News