Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଲ୍ଲୀ ଗଲେ, ୭୫ ହଜାର କୋଟିର ପ୍ରକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ !

Odisha

ଦିଲ୍ଲୀ ଗଲେ, ୭୫ ହଜାର କୋଟିର ପ୍ରକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଦିଲ୍ଲୀ ଗଲେ, ୭୫ ହଜାର କୋଟିର ପ୍ରକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ  !

Key Points

  • ଦିଲ୍ଲୀ ଗଲେ, ୭୫ ହଜାର କୋଟିର ପ୍ରକଳ୍ପ ଆଣିଲେ !
  • ରାଜ୍ୟରେ ରାସ୍ତାର ବିକାଶ ପାଇଁ ହେଲା ଆଲୋଚନା
  • ଚର୍ଚ୍ଚାରେ ମୋହନ-ନୀତିନଙ୍କ ୱାନ-ଟୁ-ୱାନ ମିଟିଂ

ଅର୍ଗସ ବ୍ୟୁରୋ : ରାଜ୍ୟରେ ସଡ଼କ ପଥର ବିକାଶ ଲାଗି ଅଣ୍ଟା ଭିଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେମିତି ରାସ୍ତାର ଉନ୍ନତି ହେବ ସେନେଇ ଦିଲ୍ଲୀ ଗସ୍ତରେ ଥିବା ବେଳେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ କଲେ ଆଲୋଚନା । ଦିଲ୍ଲୀର ଭାରତ ମଣ୍ଡପମରେ ବୈଠକରେ ପ୍ରାୟ ୭୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନିର୍ମାଣାଧୀନ ଅଥବା ଅନୁମୋଦନ ଅପେକ୍ଷାରେ ଥିବା ୨୧,୬୫୦ କୋଟି ମୂଲ୍ୟର ପ୍ରକଳ୍ପ ସହ ଗ୍ରାଣ୍ଡ ରିଙ୍ଗ୍‌ ରୋଡ୍‌ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ୫୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ରାସ୍ତାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ । ତେଣୁ କେମିତି ରାଜ୍ୟର ସଡ଼କ ପଥର ବିକାଶ ହେବ ସେନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୋହନ କହିଛନ୍ତି, ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥି ସହ ରାସ୍ତାର ଦୁଇ ପାର୍ଶ୍ବରେ ସର୍ଭିସ ରୋଡ୍‌ ତିଆରି ହେବ। ଏଥି ପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ୟସ୍ତବହୁଳ ୨୦୦ କିମି ବିଶିଷ୍ଟ ଚଣ୍ଡିଖୋଲ-ବଡ଼ବିଲ ଜାତୀୟ ରାଜପଥ (ଏନ୍‌ଏଚ୍‌) ପାଇଁ ପ୍ରାୟ ୧୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପରେ ୮ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍‌ ବି ରହିବ। ୫୪ କିମି ଖୋର୍ଦ୍ଧା-ନୟାଗଡ଼ (ଏନ୍‌ଏଚ୍‌- ୫୭) ଚାରି ଲେନ ବିଶିଷ୍ଟ ହେବା ସହ ସର୍ଭିସ ରୋଡ୍‌ ରହିବ। ଏଥି ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେସିଙ୍ଗା-ଜୁନାଗ୍ଡ଼ (ଏନ୍‌ଏଚ୍‌-୨୬) ୪ ଲେନ୍‌ ହେବା ସହ ୧୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉପରୋକ୍ତ ୪ଟି ପ୍ରକଳ୍ପରେ ୧୫ହଜାର କୋଟି ଟଙ୍କା ବ୍ୟୟ ପାଇଁ ବୈଠକରେ ସହମତି ହୋଇଛି। ୨୪୬ କିମି ବିଶିଷ୍ଟ କୋରାପୁଟ-ପୋଡ଼ାମାରି (ଏନ୍‌ଏଚ୍‌-୨୬) ରାସ୍ତା ଦୁଇ ଥାକିଆ ପାଇଁ ୨୫୦୦ କୋଟି ଟଙ୍କା ମଂଜୁର ‌ହୋଇଛି। ଏଥି ସହିତ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି(ସିଆର୍‌ଆଇଏଫ୍‌) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ପାଇଁ ସେତୁ ବନ୍ଧୁ ‌ଯୋଜନାରେ କେନ୍ଦ୍ର ସରକାର ୨୫୦ କୋଟି ଟଙ୍କା ମଂଜୁର କରିଛନ୍ତି । ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯିବ। ବୈଠକରେ ୨୧,୬୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଛି। ଏଥିରୁ ଅଧା ରାଶି ଅନୁମୋଦନ ହୋଇସାରିଛି।

ଖାଲି ଏତିକି ନୁହେଁ ବରଂ ଓଡ଼ିଶାର ମେରୁଦଣ୍ଡ ୯୬୯ କିମି ବିଶିଷ୍ଟ ମୋଟୁ-ତିରିଙ୍ଗି ପ୍ରକଳ୍ପ ଓ ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ପାଇଁ ପ୍ରାୟ ୧୫ହଜାର କୋଟି ଟଙ୍କା ବ୍ୟୟ ହେବ। ଏହା ୯ଟି ଜିଲ୍ଲା ଦେଇ ଯିବ । ସେହିଭଳି ୭୫୦୦ କୋଟି ଟଙ୍କାର ୩୮୩ କିମି ଝାରସୁଗୁଡ଼ା – ବାଲେଶ୍ବର ରାସ୍ତା, ୯୫୦୦ କୋଟି ମୂଲ୍ୟର ୪୯୧ କିମି ନୂଆପଡ଼ା – ଅସ୍ତରଙ୍ଗ ରାସ୍ତା, ୬୮୦୦ କୋଟି ମୂଲ୍ୟର ୩୫୭ କିମି ବୁନ୍ଦାବାହାଲ –ଗୋପାଳପୁର ରାସ୍ତା ଓ ୫୪୭୭ କୋଟି ଟଙ୍କା ବ୍ୟୟରେ ୪୦୪ କିମି ସମ୍ବଲପୁର-ସାତଭାୟା ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ପ୍ରସ୍ତାବ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀରେ ହୋଇଥିବା ବୈଠକରେ ଆଗାମୀ ଦିନରେ ଓଡ଼ିଶାକୁ ଅଣ୍ଡାକୃତି ଗ୍ରାଣ୍ଡ ରିଙ୍ଗ ରୋଡ୍‌ ଦ୍ବାରା ସଂଯୋଗ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁସାରେ, ବ୍ରହ୍ମପୁର-ଜୟପୁର (୨୮୭ କିମି, ବ୍ୟୟ ଅଟକଳ ୯୦୦୦କୋଟି), ଜୟପୁର-ରାଉରକେଲା (୬୩୮ କିମି, ଅଟକଳ ୨୫୦୦ କୋଟି), ରାଉରକେଲା-ଜଳେଶ୍ବର (୩୯୧ କିମି, ଅଟକଳ ୨୨୦୦ କୋଟି) ଓ ଜଳେଶ୍ବର-ବ୍ରହ୍ମପୁର (୪୪୨ କିମି) ପ୍ରସ୍ତାବ ରହିଛି। ଗ୍ରାଣ୍ଡ ରିଙ୍ଗ ‌ରୋଡ୍‌ ପ୍ରକଳ୍ପରେ ପଶ୍ଚିମରୁ ପୂର୍ବକୁ ଓ ଉତ୍ତରରୁ ଦକ୍ଷିଣକୁ ରିଙ୍ଗ ରୋଡ୍‌ ସହ ଯୋଡ଼ାଯିବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପୂର୍ବରୁ ଓଡ଼ିଶାରେ ପ୍ରାୟ ୭୫ହଜାର କୋଟି ଟଙ୍କାର ପ୍ରକଳ୍ପ ହୋଇସାରିଥିବ । ବୈଠକରେ ସମସ୍ତ ପ୍ରକଳ୍ପ ଉପରେ ସକରାତ୍ମକ ଆଲୋଚନା ହୋଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ପ୍ରସ୍ତାବିତ ପ୍ରକଳଗୁଡ଼ିକୁ ମଞ୍ଜୁରି ଶୀଘ୍ର ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥି ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। କଟକ-ସମ୍ବଲପୁର (ଏନ୍‌ଏଚ୍‌-୫୧) ଚାରିଥାକିଆ ରାସ୍ତାର ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ବଳକା କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ। 
 

Sponsored
Mohan Charan Majhi | Argus News