Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର

Odisha

ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·2 min read
ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର

Key Points

  • ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
  • ପୋଲିସ ଏନକାଉଣ୍ଟରରେ 7 ମାଓବାଦୀଙ୍କ ନିପାତ 
  • DRG, STF , CRPF ଙ୍କ ମିଳିତ ଅପରେସନକୁ ବଡ଼ ସଫଳତା
  • ନକ୍ସଲଙ୍କ ପଛରେ ପୁରା ହାତ ଧୋଇ ପଡିଛନ୍ତି କେନ୍ଦ୍ର ସରକାର
  • ନକ୍ସଲ କନେକ୍ସନରେ ଥିବା ଲୋକଙ୍କୁ ବି ଛଡାଯିବନି
  • ଜାରି ରହିବ ଆଣ୍ଟି ନକ୍ସଲ ଅପରେସନ ପ୍ଲାନ

ଅର୍ଗସ ବ୍ୟୁରୋ: ଛତିଶଗଡ ନାରାୟଣପୁରର ଏହି ନକ୍ସଲ ଅପରେସନ କିଛି ଏମିତି ଢଙ୍ଗରେ ଆରମ୍ଭ ହୋଇଥିଲା । ନାରାୟଣପୁରର ଅବୁସମାଡ ଜଙ୍ଗଲରେ 50ରୁ 60ଜଣ ମାଓବାଦୀ ଲୁଚି ରହିଥିବାର ଖବର ପାଇଥିଲା ପୋଲିସ । ଏକ ବଡ଼ ଧରଣର ଆକ୍ରମଣ ପାଇଁ ମାଓବାଦୀମାନେ ଯୋଜନା କରୁଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ଓ ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟ ସାମିଲ ଥିଲେ । ପୋଲିସ ଭୋର 3ଟାରୁ ଆରମ୍ଭ କରିଥିଲା କମ୍ବିଂ ଅପରେସନ । ଅପରେସନ ବେଳର ଇଏ ହେଉଛି ଦୃଶ୍ୟ । ଅପରେସନରେ ହଜାରେରୁ ଅଧିକ ପୋଲିସ ନିୟୋଜିତ ଥିଲେ । ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଆଟାକ-କାଉଣ୍ଟର ଆଟାକ । ପୋଲିସ ଏନକାଉଣ୍ଟରରେ 7 ମାଓବାଦୀ ନିପାତ । ଅପରେସନ ରେ ସାମିଲ ଥିଲେ ନାରାୟଣପୁର, କୋଣ୍ଡା ଗାଁ, ଜଗଦଲପୂର୍, ଓ ଦଣ୍ଟେୱାଡା ସୁରକ୍ଷା ବାହିନୀ । ଘଟଣାସ୍ଥଳ ରୁ ଅଟୋମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । LMG, AK-47, INSAS, SLR ବନ୍ଧୁକ ଜବତ କରାଯାଇଛି । ମୃତ ମାଓବାଦୀଙ୍କ ନାଁରେ ମୋଟ 2କୋଟି 62ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା । 

 ଆଗାମୀ 15 ତାରିଖରେ ଛତିଶଗଡ଼ ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉପହାର ଦେଇଛନ୍ତି ସୁରକ୍ଷା ବାହିନୀ । ଗତ 10 ତାରିଖରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏହି ଅପରେସନର ଶ୍ରେୟ ଯାଉଛି ସେହି ସୁରକ୍ଷା ବାହିନୀ ନିକଟକୁ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ ଏନକାଉଣ୍ଟର, 7 ମାଓବାଦୀ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2026 ଶେଷ ସୁଦ୍ଧା ମାଓବାଦୀଙ୍କ ମୁଳପୋଛ ହେବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନିକଟରେ ଭୁବନେଶ୍ବରରେ ଶେଷ ହୋଇଥିବା ଡିଜି-ଆଇଜି ସମ୍ମିଳନୀରେ ମଧ୍ୟ ନକ୍ସଲଙ୍କ ମୂଳତ୍ପାଟନ ଉପରେ ଗୁରୁତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା । ଏବେ ନକ୍ସଲଙ୍କ ପଛରେ ହାତ ଧୋଇ ପଡିଯାଇଛନ୍ତି କେନ୍ଦ୍ର ସରକାର । ନକ୍ସଲ କନେକ୍ସନରେ ଥିବା ଲୋକଙ୍କୁ ଛଡାଯିବନି । ଜାରି ରହିବ ଆଣ୍ଟି ନକ୍ସଲ ଅପରେସନ ।

ସେପଟେ ମାଲକାନଗିରିରେ NIA ରେଡ । ନକ୍ସଲ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ରେଡ୍ କରିଛି । ମୋଟୁ ନିକଟସ୍ଥ ଅନନ୍ତପାଲିସମେତ ସୁକମାର ଦୁଇଟି ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି। ଭୋର 4 ଟାରୁ BSF ଓ DVF ଙ୍କ ସହାୟତାରେ ରେଡ୍ ହୋଇଛି । ଆଜି ଓଡ଼ିଶା, ଜମ୍ମୁ କାଶ୍ମୀର ସମେତ 4 ରାଜ୍ୟର 19 ଟି ସ୍ଥାନରେ NIA ରେଡ କରିଛି ।

 

Sponsored
Major encounter in Narayanpur, Chhattisgarh | Argus News