ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ଜଳକା ଓ ବୈତରଣୀରେ ମଧ୍ୟ ବନ୍ୟା ଆଶଙ୍କା

Key Points
ସୁବର୍ଣ୍ଣରେଖାରେ ବଡ଼ ବନ୍ୟା
ଆସନ୍ତାକାଲି ସୁବର୍ଣ୍ଣରେଖାରେ ବଡ଼ ବନ୍ୟା
ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ
ଜଳକା ଓ ବୈତରଣୀରେ ମଧ୍ୟ ବନ୍ୟା ଆଶଙ୍କା ରହିଛି
ନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଆଲର୍ଟ ନିର୍ଦ୍ଦେଶ
ପୁଣି ସୁବର୍ଣ୍ଣରେଖାରେ ଆସିପାରେ ବଡ଼ ବନ୍ୟା । ଆସନ୍ତାକାଲି ସୁଦ୍ଧା ସୁବର୍ଣ୍ଣରେଖାରେ ବନ୍ୟା ଆସିବା ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ। ଜଳକା ଓ ବୈତରଣୀରେ ମଧ୍ୟ ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ୧୧. ୭ ମିଟର ଦେଇ ରାଜଘାଟ ଦେଇ ବନ୍ୟାପାଣି ଅତିକ୍ରମ କରିବ । ନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅବପାତ ଯୋଗୁଁ ଛତିଶଗଡରେ ଭୀଷଣ ବର୍ଷା ହୋଇପାରେ ।
ଫଳରେ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବ। ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି । ବୁଢାବଳଙ୍ଗକୁ ବି ବିପଦ ରହିଛି । ଜଳକା ବିପଦ ସଂକେତ ଉପରେ ଅଛି । ବନ୍ୟା ନେଇ ଆଗୁଆ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ବୈତରଣୀ ଉପର ମୁଣ୍ଡ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି । ହୀରାକୁଦରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ ।