Videos
|
Odisha

ବିଜେଡି ଶାସନରେ ସ୍ୱାସ୍ଥ୍ୟସେବାରେ ବଡ଼ ଅନିୟମିତତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ଶାସନରେ ସ୍ୱାସ୍ଥ୍ୟସେବାରେ ବଡ଼ ଅନିୟମିତତା

ଅର୍ଗସ ବ୍ୟୁରୋ:  ବିଜେଡି ଶାସନରେ ସ୍ବାସ୍ଥ୍ୟସେବାରେ ବଡ଼ ଅନିୟମିତତା। କୋଭିଡ୍ ସମୟରେ ଚିକିତ୍ସା ନାଁରେ 144 କୋଟିର ଅନିୟମିତତା । ସିଏଜି ରିପୋର୍ଟରେ ହୋଇଛି ବଡ଼ ଖୁଲାସା। ଭୁବନେଶ୍ବର ଓ କଟକର 8ଟି ହସ୍ପିଟାଲକୁ ବିନା କୌଣସି ଯାଞ୍ଚରେ ବିଜେଡି ସରକାର ମନଇଚ୍ଛା ଦେଇଥିଲେ କୋଟି କୋଟି ଟଙ୍କା। କୋରୋନା ସମୟରେ ଚିକିତ୍ସା ସେବା ଯୋଗାଇବା ବାବଦକୁ ଯେଉଁ ସବୁ ହସ୍ପିଟାଲକୁ ରାଜ୍ୟ ସରକାର ପାଣ୍ଠି ମଞ୍ଜୁର କରିଥିଲେ ସେଥିରେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିଛନ୍ତି ସିଏଜି। ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି 8ଟି ହସ୍ପିଟାଲ ପକ୍ଷରୁ କୋଭିଡ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ ବାବଦକୁ ସରକାରଙ୍କୁ ଦିଆଯାଇଥିବା ବିଲ୍ ଠିକ୍ ଭାବେ ଯାଞ୍ଚ କରିନଥିଲେ ସ୍ବାସ୍ଥ୍ୟ ବିଭାଗର ସମ୍ପୃକ୍ତ ସରକାରୀ ଅଧିକାରୀ।

ବିଲ୍ ପଇଠ କରିବାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇଛନ୍ତି ସିଏଜି। ସମ୍ପୃକ୍ତ ହସ୍ପିଟାଲରେ କେତେ ସଂଖ୍ୟାରେ କୋଭିଡ୍ ରୋଗୀ ଆଡମିସନ ହୋଇଥିଲେ, ସେହି ରୋଗୀଙ୍କୁ କେଉଁ ପ୍ରକାରର ବେଡରେ ରଖାଯାଇଥିଲା, ସେମାନଙ୍କୁ କେଉଁ ପ୍ରକାରର ଚିକିତ୍ସା କରାଯାଇଥିଲା ଏ ସବୁ ବାବଦରେ ସଠିକ୍ ଯାଞ୍ଚ ନ କରି କୋଟି କୋଟି ଟଙ୍କାର ବିଲ୍ ପଇଠ କରାଯାଇଛି। ବିନା ସଠିକ୍ କାଗଜପତ୍ର ଓ ବିଲରେ ସମ୍ପୃକ୍ତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କେମିତି ସନ୍ତୁଷ୍ଟ ହେଲେ ଏବଂ ସରକାରୀ ପାଣ୍ଠିରୁ କୋଟି କୋଟି  ଟଙ୍କା ମଞ୍ଜୁର କଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Major irregularities in healthcare under BJD rule | Argus News